ମ୍ୟାଚରେ ବିଜୟ ମୁକ୍କୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ପଞ୍ଚମ ଥର ଟାଇଟାଲ ଜିତିଲା ସିଏସକେ। ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ହରାଇ ୫ମ ଥର ପାଇଁ ବିଜୟ ହାସଲ କଲା। ସୋମବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ୨୦୨୩ର ଫାଇନାଲ ମୁକାବିଲା ଖେଳାଯାଇଥିଲା। ଯେଉଁଥିରେ ଚେନ୍ନାଇ ଟିମ ୫ ଓ୍ବିକେଟରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି।
ଅଧିକ ଖବର ପଢ଼ନ୍ତୁ: ନିଜେ ଟ୍ରଫି ନେବା ବଦଳରେ ସାଥୀ ଖେଳାଳିଙ୍କୁ ଦେଲେ, ମାହୀଙ୍କୁ ଛୁଟୁଛି ଶୁଭେଚ୍ଛାରୁ ସୁଅ
ଫାଇନାଲ ମ୍ୟାଚରେ ଜାଡେଜା ନଟଆଉଟ ରହିଛନ୍ତି। ଜାଡେଜା ୬ ବଲରେ ୧୫ ରନର ପାରି ଖେଳିଥିଲେ। ଶେଷ ଦୁଇଟି ବଲରେ ୧୦ ରନ ଆବଶ୍ୟକ ଥିବାବେଳେ ଜାଡେଜା ଛକା ଏବଂ ଚଉକା ମାରି ମ୍ୟାଚ ଜିତାଇଥିଲେ। ଗୁଜରାଟ ଟିମ ପ୍ରଥମେ ବ୍ୟାଟିଂ କରି ୨୧୪ ରନ କରିଥିଲା। କିନ୍ତୁ ପରେ ବର୍ଷା ଲାଗି ଚେନ୍ନାଇକୁ ୧୫ ଓଭରରେ ୧୭୧ ରନ ଟାର୍ଗେଟ ଦିଆଯାଇଥିଲା। ଶେଷ ଓଭରରେ ୧୩ ରନର ଆବଶ୍ୟକ ଥିଲା।
ଆହୁରି ଅଧିକ ପଢ଼ନ୍ତୁ: ରବିନ୍ଦ୍ର ଜାଡେଜାଙ୍କୁ ଟେକି ପଡିଆରେ କାନ୍ଦିଲେ ମାହୀ
ତେବେ ୨୦୨୨ ମସିହାରେ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ରବିନ୍ଦ୍ର ଜାଡେଜା ହୋଇଥିଲେ। କିନ୍ତୁ ଟିମ ଲଗାତାର ଭାବେ ପରାସ୍ତ ଲାଗି ଜାଡେଜା ଅଧା ଟୁର୍ଣ୍ଣାମେଣ୍ଟରୁ କ୍ୟାପଟେନ ପଦ ଛାଡ଼ିଥିଲେ। ଏହାପରେ ତୁରନ୍ତ ଧୋନିଙ୍କୁ କ୍ୟାପଟେନ ପଦ ଦିଆଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ପରେ ସିଏସକେ ଫ୍ରାଞ୍ଚାଇଜ ଏବଂ ଜାଡେଜାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏପରିକି ଜାଡେଜା ଚେନ୍ନାଇ ଫ୍ରାଞ୍ଚାଇଜ ଛାଡ଼ିବାକୁ ବି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଧୋନିଙ୍କ ବୁଝାଶୁଝା ପରେ ଜାଡେଜା ଶାନ୍ତ ହୋଇଥିଲେ।