ଜେମିମା ରୋଡ୍ରିଗେଜ ୧୯ ଓଭରର ଶେଷ ବଲରେ ଚୌକା ଲଗାଇଥିଲେ। ପାକିସ୍ତାନକୁ ହରାଇବା ପରେ ଜେମିମା ରୋଡ୍ରିଗେଜ ଯେପରି ଭାବେ ସେଲିବ୍ରେଶନ କରିଥିଲେ ତାକୁ ଦେଖିକି ଭାରତର ପୂର୍ବତନ କ୍ୟାପଟେନ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ କଥା ମନେ ପଡ଼ିଯିବ। ଗତବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ବିନ ଶେଷ ବଲରେ ଦଳକୁ ଜିତାଇଥିଲେ। ସେହି ସମୟରେ ବିରାଟଙ୍କ ଖୁସି କହିଲେ ନସରେ। ପିଜ୍ରେ ବିରାଟ ଦୌଡ଼ିକି ହାତ ଉଠେଇକି ସେଲିବ୍ରେଶନ କରିଥିଲେ। ଏହି ସେଲିବ୍ରେଶନକୁ ଲୋକ ଏଯାଏ ଭୂଲି ନାହାନ୍ତି। ଏବେ ଜେମିମା ସହିଭଳି ସେଲିବ୍ରେଶନ କରିଥିବାରୁ ଫ୍ୟାନମାନେ ପୁରୁଣା ଦିନକୁ ମନେ ପକାଇଛନ୍ତି।
ଜେମିମାଙ୍କ ସେଲିବ୍ରେଶନ ପୁରୁଣା ଦିନ ମନେପକାଇଲା

ଅର୍ଗସ ବ୍ୟୁରୋ: ଆଇସିସି ମହିଳା ଟି-୨୦ ବିଶ୍ବକପରେ ଭାରତୀୟ ମହିଳା ଦଳ ବିଜୟରୁ ଆରମ୍ଭ କରିଛନ୍ତି। ଫେବୃୟାରୀ ୧୨ରେ କେପଟାଉନରେ ଖେଳାଯାଇଥିବା ଜବରଦସ୍ତ ମ୍ୟାଚରେ ଭାରତ ତାର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଭାରତ ଦଳକୁ ବିଜୟ ଦେବାରେ ଟିମ୍ର ଜେମିମା ରୋଡ୍ରିଗେଜ ହେଉଛନି ଷ୍ଟାର କ୍ରିକେଟର। ଜେମିମା ୫୩ ରନ କରି ନଟଆଉଟ ଥିଲେ। ୮ଟି ଚୌକା ମାରିଥିଲେ। ଓ୍ବିକେଟକିପର ରୁଚା ଘୋଷ ୩୧ ରନ କରିଥିଲେ। ଜେମିମା ଏବଂ ରୁଚାଙ୍କ ସାଥ ମଧ୍ୟ ଜବରଦସ୍ତ ଥିଳଶ।
Download Argus News App
