ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱବହନ କରୁଛି। ପଞ୍ଜାବ ଲଗାତାର ଭଲ ପ୍ରଦର୍ଶନ କରୁଥିବାବେଳେ ବିଜୟର ସ୍ୱାଦ ଚାଖିପାରୁନି। ଯାହାକୁ ନେଇ କେ ଏଲ୍ ଚିନ୍ତିତ ଥିବା ଜଣାପଡ଼ିଛି। ଅନ୍ୟପଟେ କିଛି ମ୍ୟାଚର ପରାଜୟ ପରେ କେକେଆର ବିଜୟ ରାସ୍ତାକୁ ଫେରିଛି। ତେଣୁ ଏହି ମ୍ୟାଚରେ ବିଜୟୀ ହେବା ସହିତ ଦୁଇ ଦଳ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିବେ।