ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ହେଉଛି କ୍ବାଲିଫାୟାର ମ୍ୟାଚ। ଏଥିପାଇଁ ୪ଟି ଦଳ ମନୋନୀତ ହୋଇସାରିଛି। ପ୍ଲେ ଅଫ ମ୍ୟାଚ ପାଇଁ ଗୁଜରାଟ, ଚେନ୍ନାଇ ଏବଂ ଲକ୍ଷ୍ନୌ, ମୁମ୍ବାଇ ସିଲେକ୍ଟ ହୋଇସାରିଛନ୍ତି। ୭୦ ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ସହ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ମ୍ୟାଚ ଥିଲା। ଯେଉଁଥିରେ କୋହଲି ସାନଦାର ଶତକ କରିଥିଲେ ମଧ୍ୟ ତାଙ୍କ ଦଳ ହାରିଯାଇଥିଲା। ଫାନ ମାନେ ଏଥିରେ ଖପ୍ପା ଅଛନ୍ତି। କାରଣ କୋହଲି ନିଜର ଶତ ପ୍ରତିଶତ ଦେଇଥିଲେ ମଧ୍ୟ ଦଳର ବୋଲିଂ ଲାଇନ ଏବଂ ଫିଲ୍ଡିଂ ଲାଇନ ଏକଦମ ଖରାପ ଥିଲା। କୋହଲି ଏବେ ଆଇପିଲରୁ ବାହାରି ଟେଷ୍ଟ ମ୍ୟାଚରେ ଦେଶକୁ ଜିତାଇବାକୁ ଅଭ୍ୟାସ ଜାରି ରଖିଛନ୍ତି। କୋହଲିଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଫ୍ଲାଇଟ ପ୍ରସ୍ତୁତ କରିସାରିଛି। ମ୍ୟାଚରୁ ବାହାରିଯିବା ପରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସେ ମୁମ୍ବାଇ ଫେରିଥିବା ଏୟାରପୋର୍ଟରେ ସ୍ପଟ କରାଯାଇଥିଲା। ଆଜି ସେ ଇଂଲଣ୍ଡ ଯିବେ ବୋଲି ଜଣାପଡ଼ିଛି। କୋହଲି ମ୍ୟାଚ ସାରିବାପରେ ଏକ ଭିଡିଓ କରି ତାଙ୍କ ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ହୃଦୟରୁ ଆରସିବିକୁ ଏତେ ସାରା ଭଲ ପାଇବା ଦେଉଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆମେ ମ୍ୟାଚ ଜିତିନୁ ଠିକ ଅଛି କପ ନେବା ବଡ଼ କଥା ନୁହେଁ ନିଜର ୧୦୦% ଦେବା ବଡ଼ କଥା।
ଅଧିକ ଖବର ପଢ଼ନ୍ତୁ : କୋହଲିଙ୍କ ଶତକ ସତ୍ତ୍ବେ ଚିନ୍ନାସ୍ବାମୀରେ ଚିତପଟାଙ୍ଗ ଆରସିବି
କୋହଲିଙ୍କ ବ୍ୟତୀତ ଆରସିବିର ସାଥୀ ମହମ୍ମଦ ସିରାଜ ମଧ୍ୟ ତାଙ୍କ ସହ ଲଣ୍ଡନ ଯିବେ। ଇଂଲଣ୍ଡ ଗସ୍ତର ପ୍ରଥମ ଗ୍ରୁପରେ ବୋଲର ତଥା ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ଶାର୍ଦ୍ଦୁଏ ଠାକୁର ଏବଂ କୋଚ ରାହୁଲ ଦ୍ରାବିଡ ସାଥୀରେ ଯିବେ। ଯେଉଁ ଖେଳାଳିମାନେ ଆଇପିଏଲ ପ୍ଲେ ଅଫ ମ୍ୟାଚରେ ଖେଳୁଛନ୍ତି ଅଛନ୍ତି ସେମାନେ ଇଂଲଣ୍ଡ ପରେ ଯିବେ। ଟେଷ୍ଟ କ୍ୟାପଟେନ ରୋହିତ ଶର୍ମା, ଇଶାନ କିଶନ, ଶୁଭମନ ଗିଲ, ମହମ୍ମଦ ଶାମି, କେ.ଏସ ଭରତ ଏବଂ ଆଜିଙ୍କ୍ୟ ରାହାଣେ ସାମିଲ ଅଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ପ୍ରଥମରୁ ହିଁ ଇଂଲଣ୍ଡରେ କ୍ରିକେଟ ପ୍ରାକ୍ଟିସ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର