ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର...
ଅର୍ଗସ ବ୍ୟୁରୋ: ଏପ୍ରିଲ 9 ତାରିଖରେ ଆଇପିଏଲର 14 ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏହି ଆଇପିଏଲର ଉଦଘାଟନୀ ମ୍ୟାଚରେ ଡ଼ିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ ଚାଲେଞ୍ଜର ବାଙ୍ଗାଲୋର ଭେଟିବ। ଏହି ମ୍ୟାଚ ଚେନ୍ନାଇର ଚିନ୍ନାସ୍ୱାମୀ ଷ୍ଟାଡିଅମରେ ଖେଳାଯିବ।
ତେବେ ବାଙ୍ଗାଲୋରର କ୍ୟାମ୍ପରେ ଯୋଗ ଦେବ ନିମନ୍ତେ ଆଜି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ବାଙ୍ଗାଲୋରରେ ପହଞ୍ଚିଛନ୍ତି। ବିରାଟ କୋହଲି ଚେନ୍ନାଇରେ ପହଞ୍ଚିଥିବା ଆରସିବି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ 29 ତାରିଖରୁ ଆରସିବି ଚେନ୍ନାଇରେ କ୍ୟାମ୍ପ ଆରମ୍ଭ କରିଥିଲା। ଗତକାଲି ମୁମ୍ବାଇ ଦଳ ମଧ୍ୟ ଆଇପିଏଲର 14 ତମ ସଂସ୍କରଣ ଖେଳିବା ନିମନ୍ତେ ଚେନ୍ନାଇରେ ପହଞ୍ଚି ସାରିଛି।