ପଞ୍ଜାବ ଟିମ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ଟିମ ଅଧିନାୟକ ଶିଖର ଧାଓ୍ବନ ୧ ରନ କରି ଆଉଟ ହୋଇଯାଇଥିଲେ। ହେଲେ ଅଥର୍ବ ତାଇଦେ ୩୬ ବଲରୁ ସର୍ବାଧିକ ୬୬ ରନ କରିଥିଲେ। ଏଥିରେ ୮ ଚୌକା, ୨ଛକା ରହିଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର
ଅର୍ଗସ ବ୍ୟୁରୋ: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲର ୩୮ତମ ହାଇ ସ୍କୋରିଂ ମ୍ୟାଚରେ କେ.ଏଲ. ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ ୫୬ ରନରେ ବିଜୟ ହୋଇଛି। ଏହି ବୃହତ୍ତ ବିଜୟ ସହ ଲକ୍ଷ୍ନୌ ୧୦ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ବନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜାଏଣ୍ଟସର ଷ୍ଟୋଇନିସ, ମେୟର୍ସ ,ବଂ ବାଡୋନିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୫୭ ରନର ବିଶାଳ ସ୍କୋର କରିଥିଲେ। ହେଲେ ପଞ୍ଜାବ ୧୯.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୦୧ ରନ କରିପାରିଥିଲା।