ମାଆଙ୍କ ଗାଳି ଶୁଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଶାବନା...
ଅର୍ଗସ ବ୍ୟୁରୋ: କୁହାଯାଏ ମାଆ ଗାଳି ଦାଣ୍ଡ ଧୂଳି। କିନ୍ତୁ ମାଆଙ୍କ ଗାଳି ଶିଶୁ ଆତ୍ମହତ୍ୟା କରିବାକୁ ଯାଇଥିଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ। ଆଜ୍ଞା ହଁ, ଏହା ସତ କଥା। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶାବନା ଆଜମୀ। ଯିଏ ଆଜି ମାଆ ଭୂମିକାରେ ଅନେକଙ୍କ ହୃଦୟରେ ଅଛନ୍ତି। ୧୬୦ରୁ ଅଧିକ ଫିଲ୍ମ କରିଥିବା ଶାବନାଙ୍କୁ ୨୦୧୨ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ସେପ୍ଟେମ୍ୱର ୧୮, ୧୯୫୦ରେ ସାୟର କୈଫି ଆଜମୀ ଏବଂ ଥିଏଟର ଆର୍ଟିଷ୍ଟ ସୌଜିତ ଆଜମୀଙ୍କ ଘରେ ଜନ୍ମ ନେଇଥିଲେ ଶାବନା। ବାପା-ମାଆଙ୍କ ଏହି ଅଭିନୟ କଳାକୁ ବଢ଼ାଇଥିଲେ ଆଗକୁ। ପିଲାଟି ବେଳୁ ବଡ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଶାବନା କେବେ ବି ବାପା-ମାଆଙ୍କ ନିକଟରେ ମନଖୁସି କରିବା ପାଇଁ ଟଙ୍କା ଦାବି କରିନଥିଲେ। ଏପରିକି ପରିବାରକୁ ସହାୟତା ଦେବା ପାଇଁ କଫି ବିକ୍ରି କରିଥିଲେ।ନିଜର ୭୩ତମ ଜନ୍ମଦିନ।
୧୯୭୪ରେ ଫିଲ୍ମ ଅଙ୍କୁର ମାଧ୍ୟମରେ ବଲିଉଡରେ ପାଦ ଥାପିଥିବା ଶାବନା ଅନେକ ସଫଳ ଓ ଐତିହାସିକ ଫିଲ୍ମ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଦର୍ଶକଙ୍କ ହୃଦୟରେ କରିପାରିଛନ୍ତି। ଶାବନାଙ୍କ ଜୀବନରେ ଏମିତି ଅନେକ କିଛି ଘଟଣା ଘଟିଛି ଯାହା ତାଙ୍କର ପ୍ରଶଂସକମାନଙ୍କୁ ଜଣାନଥିବ। କୁହାଯାଏ ଯେ, ଥରେ ତାଙ୍କୁ ମା' ଗାଳି କରିବାରୁ ସେ ଆତ୍ମହତ୍ୟା କରିବାକୁ ପହଞ୍ଚି ଯାଇଥିଲେ ରେଳଧାରଣାରେ। ହେଲେ ସେଠାରେ ଜଣେ ଗାର୍ଡ ତାଙ୍କୁ ଦେଖି ଦେଇଥିଲା। ଗୋଟିଏ ସମୟ ଏପରି ଆସିଥିଲା ତାଙ୍କ ଜୀବନରେ ଯେ, ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ସେ ପେଟ୍ରୋଲ ପମ୍ପରେ କଫି ବିକିବାକୁ ବାଧ୍ୟ ହୋଇଥିଲେ।
ମାଆଙ୍କ ସହ ନିୟମିତ ଥିଏଟରକୁ ଯାଉଥିବାବେଳେ ଜଣେ ନିର୍ଦ୍ଦେଶକ ଶାବନାଙ୍କୁ କିଛି ଅଭିନୟ ପାଇଁ ପରାମର୍ଶ ଦେଇଥିଲେ। ଆଉ ଏଥିରେ ସେ ଖୁସି ହୋଇଯାଇଥିଲେ। ୧୯୭୩ରେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ଗ୍ରାଜୁଏସନ କରିବା ପରେ ୧୯୭୪ରେ ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶନାରେ ବନିଥିବା ଫିଲ୍ମ ଅଙ୍କୁର ମାଧ୍ୟମରେ ପଦାର୍ପଣ କରିଥିଲେ ବଲିଉଡରେ। ଆଉ ତା ପରେ ସେ ପଛକୁ ଚାହିଁନତିଲେ। ତାଙ୍କ ଅଭିନୟ ଧିରେ ଧିରେ ଦର୍ଶକଙ୍କ ହୃଦୟ ଛୁଇଁଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: