ଭୁବନେଶ୍ୱର: ବେଙ୍ଗାଲୁରୁ ଠାରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ କ୍ରିକେଟ T20 ଟୁର୍ଣ୍ଣାମେଣ୍ଟରେ ସୋମବାର ଦିନ ଅଲଟର କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ସେମିଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ 42 ରନରେ ହରାଇ ଓଡିଶା ଫାଇନାଲରେ ପ୍ରବେଶ କରିଛି l ନାଗେଶ ଟ୍ରଫିର ୧ମ ସଂସ୍କରଣରେ ଆନ୍ଧ୍ରପଦେଶକୁ ହରାଇ ଓଡିଶା ଚମ୍ପିୟାନ ହୋଇଥିବା ବେଳେ, ଆସନ୍ତାକାଲି ପୁନର୍ବାର ଓଡିଶା ନାଗେଶ ଟ୍ରଫିର ତୃତୀୟ ସଂସ୍କରଣରେ ଆନ୍ଧ୍ରପ୍ରଦେଶକୁ ଫାଇନାଲରେ ଭେଟିବl
ସୋମବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଓଡିଶା କର୍ଣ୍ଣାଟକକୁ ଭେଟିଥିଲା l ଓଡିଶା ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲାl ନିର୍ଦ୍ଧାରିତ 20 ଓଭରରେ 3ଟି ଉଇକେଟ ହରାଇ ଓଡିଶା 224 ରନ କରିଥିଲାl ଜବାବରେ କର୍ଣ୍ଣାଟକ ନିର୍ଦ୍ଧାରିତ 20 ଓଭରରେ 3ଟି ଉଇକେଟ ହରାଇ 182 ରନ କରିପାରିଛିl ଏହାଦ୍ୱାରା ଓଡିଶା ଏହି ମ୍ୟାଚକୁ 47 ରନରେ ଜିତି ଫାଇନାଲରେ ପ୍ରବେଶ କରିଛି l
ମଙ୍ଗଳବାର ଦିବା 11 ଘଟିକାରେ ଫାଇନାଲ ମ୍ୟାଚରେ ଓଡିଶା ଆନ୍ଧ୍ରପ୍ରଦେଶକୁ ଭେଟିବ l ଏହି ମ୍ୟାଚ ପ୍ରସାର ଭାରତୀ (DD sports)ରେ ସିଧାପ୍ରସାରଣ ହେବl