ପ୍ରଥମେ ବ୍ୟାଟିଂ କରିଥିବା ନେପାଳର କୁଶଳ ମଲ୍ଲ ୩୪ ବଲରୁ ଶତକ ଅର୍ଜନ କରି ରେକର୍ଡ ସ୍ଥାପନ କରିଛନ୍ତି । ୫୦ ବଲରୁ ୧୩୭ ରନ୍ କରି ସେ ଅପରାଜିତ ରହିଥିଲେ । ପଂଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୀପେନ୍ଦ୍ର ସିଂହ ଐରୀ ମାତ୍ର ୯ ବଲରେ ଅର୍ଦ୍ଧଶତକ ହାସଲ କରି ୨୦୦୭ରୁ ଯୁବରାଜ ସିଂହଙ୍କ ନାଁରେ ଥିବା ୧୨ ବଲରୁ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହି ଦୁଇ ଜଣଙ୍କ ସହ ରୋହିତ ପୌଡେଲ ୨୭ ବଲରୁ ୬୧ ରନ୍ କରି ଦଳୀୟ ସ୍କୋରକୁ ୩୧୪ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଯାହା ଟି-୨୦ ଫର୍ମାଟର ସର୍ବାଧିକ ଦଳୀୟ ସ୍କୋର।
୩୧୫ ରନର ବିଜୟ ଲକ୍ଷ୍ୟ ପିଛା କରି ମଙ୍ଗୋଲିଆ ମାତ୍ର ୪୧ ରନରେ ଅଲ୍ଆଉଟ୍ ହୋଇଯାଇଛି। ବଡ଼ କଥା ହେଉଛି ୪୧ ରନରୁ ୨୩ ରନ୍ ଆସିଛି ଏକ୍ସଟ୍ରା ଭାବେ। ନେପାଳ ୨୭୩ ରନରେ ବିଜୟ ଲାଭ କରିବା ସହ ଏହା ମଧ୍ୟ ଏକ ରେକର୍ଡ ହୋଇଛି । ଏହି ଇଭେଣ୍ଟରେ ଋତୁରାଜ ଗାୟକୱାଡଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ୩ ତାରିଖରୁ ତାର ଅଭିଯାନ ଆରମ୍ଭ କରିବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର...