ଆଇସିସି ଓଡିଆଇ ମ୍ୟାଚ ଆରମ୍ଭ ହେବାକୁ ଆଉ ୧୦୦ଦିନରୁ କମ ସମୟ ରହିଲା। ଆଇସିସି ଗତ ସପ୍ତାହରେ ଓ୍ବାର୍ଲ୍ଡ କପର ସିଡ୍ୟୁଲ ଘୋଷଣା କରିସାରିଛି। କାହାର କେଉଁ ଦିନ ମ୍ୟାଚ ଅଛି ସେନଇ ଘୋଷଣା ମଧ୍ୟ ସରିଛି। ଏମିତି ପ୍ରଥମ ଥର ହେଉଛି ସବୁ ମ୍ୟାଚ ଭାରତରେ ଖେଳାଯିବ। ବିଶ୍ବକପ ମ୍ୟାଚକୁ ସବୁ କ୍ରିକେଟପ୍ରେମୀ ଅନେଇକି ବସିଛନ୍ତି। ୧୨ବର୍ଷ ପରେ ଭାରତୀୟ ଟିମ ହୋମ ଗ୍ରାଉଣ୍ଡରେ ଜିତିବାକୁ ଚେଷ୍ଟା କରିବ। କିନ୍ତୁ ଭାରତୀୟଙ୍କ ପାଇଁ ଏହା କଷ୍ଟକର ହେବ। କାରଣ ସେତିକି ଅଭ୍ୟାସ କରିବାକୁ ପଡ଼ିବ। ନଚେତ ଭାରତ ହାତରୁ ବିଶ୍ବକପ ଚାଲିଯିବ। କାରଣ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଭଳି ଟିମର ରହିଛି। ଯାହାକି ମ୍ୟାଚରେ ଜବରଦସ୍ତ ଟକ୍କର ହେବ। ୨୦୧୧ ମସିହାରେ ଶ୍ରୀଲଙ୍କାକୁ ହରାଇ ଭାରତ ବିଶ୍ବକପ ଜିତିଥିଲା। ସେତେବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଇଣ୍ଡିଆ ବିଶ୍ବକପ ଜିତିଥିଲା।
୪ ନମ୍ବରେ କ୍ରମରେ ଭାରତ ପକ୍ଷରୁ କିଏ ବ୍ୟାଟିଂ କରିବ ବଡ଼ ପ୍ରଶ୍ନ ଥିଲା। କିନ୍ତୁ ସମସ୍ୟାର ସମାଧାନ ହେଲା ଏହି କ୍ରମରେ ଶ୍ରେୟସ ଆୟର ଖେଳିବେ ବୋଲି ନିଷ୍ପତ୍ତି ନିଆଗଲା। ଆଇପିଏଲ ମ୍ୟାଚ ବେଳେ ତାଙ୍କୁ ଆଘାତ ଲାଗିଥିବାରୁ ସେ ଆହତ ଅଛନ୍ତି। କେବେ ଫିଟ ହେବେ ତାହା ସ୍ପଷ୍ଟ ଭାବେ କୁହାଯାଇପାରୁନି। ଭାରତୀୟ ଟିମରେ ସବୁବେଳେ ୪ ନମ୍ବରରେ ବ୍ୟାଟିଂକୁ ନେଇ ବହୁତ ସମସ୍ୟା ଦେଖାଦେଇଛି। ଯାହାକୁ ଏଯାଏ ଚାଲିଛି। ୨୦୧୯ ମସିହାରେ ହୋଇଥିବା ବିଶ୍ବକପ ମ୍ୟାଚରେ ୪ନମ୍ବର କ୍ରମରେ ବ୍ୟାଟିଂ ଅର୍ଡରକୁ ନେଇ ଚୟନକର୍ତ୍ତା ଏବଂ କ୍ୟାପଟେନଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ହୋଇଥିଲା। ପରେ ଏହି କ୍ରମରେ ଅମ୍ବାତି ରାୟୁଡୁ ଏବଂ ବିଜୟଶଙ୍କରଙ୍କୁ ଚୟନ କରିଥିଲେ। କିନ୍ତୁ ବିଜୟ ଶଙ୍କରଙ୍କ ପ୍ରଦର୍ଶନ ବିଶ୍ବକପରେ ସେତେ ଭଲ ନ ଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର