ନୂଆଦିଲ୍ଲୀ: ପାକିସ୍ତାନ ଖେଳାଳି କରୋନା ପଜିଟିଭ୍ ବାହାରିବା ପରେ ଆଗାମୀ ଟେଷ୍ଟକୁ ନେଇ ଚିନ୍ତାରେ ଥିଲା ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) । ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବାକୁ ପ୍ରସ୍ତୁତ ଥିବା ପାକିସ୍ତାନ କ୍ରିକେଟ ଟିମ୍କୁ ଏଯାଁଏ କୌଣସି ପ୍ରାୟୋଜକ ସଂସ୍ଥା ମଳିପାରିନାହିଁ । ସବୁଆଡ଼ୁ ନିରାଶ ହେବା ପରେ ସାହିଦ ଆଫ୍ରିଦିଙ୍କ ଫାଉଣ୍ଡେସନ୍ ଲୋଗୋରେ କ୍ରିକେଟ ଖେଳିବେ ପାକିସ୍ତାନୀ କ୍ରିକେଟର । ଦଳକୁ ମିଳୁନି ସ୍ପନ୍ସର । କୌଣସି ସଂସ୍ଥା ପାକିସ୍ତାନୀ ଖେଳାଳିଙ୍କୁ ସପୋର୍ଟ କରୁନଥିବା ଦେଖିବାକୁ ମିଳିଛି । ନିଜ ଜର୍ସିରେ ସାହିଦ ଆଫ୍ରିଦିଙ୍କ ଫାଉଣ୍ଡେସନ ଲୋଗୋ ଲଗାଇ ଇଂଲଣ୍ଡରେ ଖେଳିବେ ପାକ ଖେଳାଳି ।
ପାକିସ୍ତାନ ପୂର୍ବତନ କ୍ୟାପଟେନ ଆଫ୍ରିଦି ଟ୍ୱିଟ୍ କରି ଲେଖିଛନ୍ତି, ‘ମୋତେ ଖୁସି ଲାଗୁଛି ଯେ ସାହିଦ ଆଫ୍ରିଦିଙ୍କ ଫାଉଣ୍ଡେସନ ଲୋଗୋ ପାକ ଖେଳାଳିଙ୍କ କିଟ୍ରେ ରହିବ । କାରଣ ଆମେ ପିସିବି ଚାରିଟିର ଭାଗିଦାରୀ । ଲଗାତାର ସମର୍ଥନ ପାଇଁ ୱାସିମ୍ ଖାନ ଓ ପିସିବିକୁ ଧନ୍ୟବାଦ । ଭ୍ରମଣ ପାଇଁ ଆମ ଖେଳାଳିଙ୍କୁ ଶୁଭକାମନା ।’
We’re delighted that the @SAFoundationN logo will be featured on the Pakistan playing kits, since we are charity partners to @TheRealPCB. Thanking #WasimKhan & the PCB for their continued support & wishing our boys all the very best with the tour #HopeNotOut https://t.co/v8fvodh0iN
— Shahid Afridi (@SAfridiOfficial) July 8, 2020
କରୋନା ମହାମାରୀ ପ୍ରଭାବ ପଡ଼ିଛି ପିସିବି ଉପରେ । ନିକଟରେ ଏକ ପାନୀୟ ପ୍ରସ୍ତୁତକାରୀ କମ୍ପାନୀ ସ୍ପନ୍ସର କରିବ ବୋଲି ଆଲୋଚନା କରାଯାଇଛି । କିନ୍ତୁ ବହୁତ କମ୍ ଟଙ୍କା ମିଳିବ ବୋଲି ଆଶା କରିଛନ୍ତି ବୋର୍ଡର ମାର୍କେଟିଂ ବିଶେଷଜ୍ଞ ।
ତେବେ ଏହି କମ୍ପାନୀ ପୂର୍ବ ଅପେକ୍ଷା କେବଳ 35-40 ପ୍ରତିଶତ ଅର୍ଥ ପ୍ରଦାନ କରିବ ବୋଲି ଜଣାପଡ଼ିଛି । ପାକିସ୍ତାନ ଇଂଲଣ୍ଡ ଗସ୍ତରେ 3ଟି ଟେଷ୍ଟ ଓ 3ଟି ଟି-20 ସିରିଜ୍ ଖେଳିବ ।

