ବନ୍ଧୁ ଏମିତି ବାମ୍ଫ ଦେଇଛି, ନା ସହି ହେଉଛି ନା କହି ହେଉଛି
ଅର୍ଗସ ବ୍ୟୁରୋ: ଅନ୍ତର୍ଜାତିକ ଧାବିକା ତଥା ଓଡିଶାର ଗର୍ବ ଦୁତୀଚାନ୍ଦ 2021 ବର୍ଷ ପାଇଁ ସମ୍ମାନ ଜନକ ବିବିସି ଭାରତୀୟ ମହିଳା କ୍ରୀଡାବିତ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଛା ଜଣାଇଛନ୍ତି। ମନୋନୀତ ହୋଇଥିବା ଅନ୍ୟ ମହିଳା କ୍ରୀଡାବିତ ରାନୀ ରାମପଲ, ମନୁ ବହାକର, ବିନେଶ ଫୋଗଟ, କୋନେରୁ ହମ୍ପିଙ୍କୁ ମଧ୍ୟ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଏ ନେଇ ସେ ଟ୍ଵିଟ କରିଛନ୍ତି।
ସେ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ମହିଳା ଆଥଲେଟ୍ସମାନଙ୍କ କୃତିତ୍ୱର ଏକ ଉତ୍ସବ, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି ଏହି ପୁରସ୍କାର ସେମାନଙ୍କୁ ସମ୍ମାନିତ କରେ ଏବଂ ଉତ୍ସାହିତ କରେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ଝିଅମାନେ ଏବଂ ଭାରତର ଅସାଧାରଣ କ୍ରୀଡ଼ାବିତମାନଙ୍କୁ ମୋର ଶୁଭେଚ୍ଛା। ସେମାନେ ଦେଶ ପାଇଁ ଅଧିକ ପୁରସ୍କାର ଆଣନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।