ଭୁବନେଶ୍ୱର: ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ମହେଶ ଦତ ଅସାୱାଲେ ଓ ପ୍ରାଜକ୍ତା ରବିନ୍ଦ୍ର ଖାଲ୍କର୍ଙ୍କ ମାଧ୍ୟମରେ ଭାରୋତଳନରେ ୨ଟି ଏବଂ ଜ୍ୟୋତିବା ବଜରଙ୍ଗ ଅଟ୍କାଲେଙ୍କ ମାଧ୍ୟମରେ କୁସ୍ତିରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତି ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ପଦକ ତାଲିକାର ଶୀର୍ଷରେ ପହଂଚିଛି । ଅନ୍ୟପକ୍ଷରେ ଚଣ୍ଡୀଗଡର ପଞ୍ଜାବ ୟୁନିଭର୍ସିଟି ଓ ବେଙ୍ଗାଲୁରୁର ଜୈନ ୟୁନିଭର୍ସିଟି ବର୍ତମାନ ପର୍ଯ୍ୟନ୍ତ ୮ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ୧୩ଟି ସ୍ୱର୍ଣ୍ଣ ପଦକ ଜିତିଛି । ସେହିପରି ଅମୃତସରର ଗୁରୁ ନାନକ ଦେବ୍ ୟୁନିଭର୍ସିଟି ଓ ୟୁନିଭର୍ସିଟି ଅଫ୍ ମୁମ୍ବାଇ ଶୀର୍ଷ ୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛନ୍ତି ।
ମୋଟ ୨୫୮ କେଜିର ଭାରୋତଳନ ସହ ଗତବର୍ଷ ଡିାସମ୍ବରରେ ମୋହାଲିରେ ଆୟୋଜିତ ଅଲ୍ ଇଣ୍ଡିଆର ଇଂଟର୍-ୟୁନିଭର୍ସିଟି ଚାମ୍ପିଅନ୍ସିପ୍ରେ ମହେଶ ଅସାୱାଲେ ବିଜୟୀ ହୋଇଥିଲେ । ସେ ସ୍ନାଚ୍ରେ ୧୨୩ କେଜି ଭାରୋତଳନ କରିବା ସହ କ୍ଲିନ୍ ଆଣ୍ଡ ଜର୍କରେ ୧୪୩ କେଜିର ଭାରୋତଳନ କରିଥିଲେ । ଡୋପ୍ ନିୟମର ଉଲଘଂନ ପରେ ଏକ ବର୍ଷର ନିଲମ୍ବନ ପରେ ମହେଶ ଗତ ବର୍ଷ ସେପ୍ଟେମ୍ବରରେ ଏହି କ୍ରୀଡାକୁ ଫେରିଥିଲେ । ଓଡିଶାର ବର୍ହମ୍ପୁର ୟୁନିଭର୍ସିଟିର ମନୋଜ କୁମାର ସାହୁ ଗତ ମାସରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ବଏଜ୍ ଅଣ୍ଡା୍-୨୧ ୭୩ କେଜି କ୍ଲାସ୍ରେ ରୌପ୍ୟ ପଦକ ଜିତିଥିଲେ ।
ତେବେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ସେ ନିଜ ପ୍ରଦର୍ଶନରେ ସୁଧାର ଆଣିବା ସହ ୨୬୭ କେଜିର ଭାରୋତଳନ କରିଥିଲେ । ମନୋଜ ପଞ୍ଜାବ ୟୁନିଭର୍ସିଟିର ମନିଷ କୁମାର ଓ ପଞ୍ଜାବୀ ୟୁନିଭର୍ସିଟିର ଲଭ୍ପ୍ରୀତ ସିଂହଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗ୍ୱାଲିୟର୍ର ଲକ୍ଷ୍ମୀବାଇ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଜୁକେଶନ ଏହାର ୯୦କେଜି କ୍ଲାସ୍ ଜୁଡୋକା କୁଲ୍ଦୀପ ସିଂହଙ୍କ ମାଧ୍ୟମରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିପରି ମେନ୍ସ ୮୧କେଜି କ୍ଲାସ୍ରେ ସମୀର ପଠାନ୍ ବିଜେତା ହୋଇ ଗୁଜରାଟ ୟୁନିଭର୍ସିଟି ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସର୍ବନିମ୍ନ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବା ଅନ୍ୟ ୩୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ଏହି ଦୁଇ ବିଶ୍ୱବିଦ୍ୟାଳୟ ସାମିଲ ହୋଇଛି ।
ଆୟୋଜକ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜିର ପୁରୁଷ ଓ ମହିଳା ରଗ୍ବି ଟିମ୍, ପଞ୍ଜାବ ୟୁନିଭର୍ସିଟି ୧୯-୫ ଓ କାବାୟିତ୍ରୀ ବାହିନାବାଇ ଚୌଧୁରୀ ୟୁନିଭର୍ସିଟି ୫୫-୦କୁ ପଛରେ ପକାଇ ସେମିଫାଇନାଲରେ ପହଂଚିଛି । ଶିବାଜୀ ୟୁନିଭର୍ସିଟି ଓ ଚଣ୍ଡୀଗଡ ୟୁନିଭର୍ସିଟି ପୁରୁଷ ଟିମ୍ ସହ ପାଟଳିପୁତ୍ର ୟୁନିଭର୍ସିଟି ଓ ଲଭ୍ଲି ପ୍ରଫେସ୍ନାଲ ୟୁନିଭର୍ସିଟିର ମହିଳା ଟିମ୍ କ୍ୱାଟର୍ଫାଇନାଲରେ ବିଜୟୀ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।