ଆଜି ଆଉ ଏକ ଖବର ନେଇ ମାଧବନ ଚର୍ଚ୍ଚାରେ। ଆଜି କିନ୍ତୁ କୌଣସି ଫିଲ୍ମ ପାଇଁ ନୁହେଁ ମାଧବନଙ୍କ ପୁଅ ବେଦାନ୍ତଙ୍କ ପାଇଁ ସେ ଆଜି ଗର୍ବିତ ବୋଲି ଏକ ଟ୍ବିଟ କରିଛନ୍ତି। ସେ କହିଛନ୍ତି ବେଦାନ୍ତଙ୍କ ଭଳି ପୁଅକୁ ପାଇ ମୁଁ ଗର୍ବିତ। ବେଦାନ୍ତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଗୋଟିଏ କିମ୍ବା ୨ଟି ନୁହେଁ ୭ଟି ମେଡାଲ ଜିତିଛନ୍ତି। ସେଥିପାଇଁ ମାଧବନ ଏକ ପୋଷ୍ଟ ଶେୟାର କରି ପୁଅ ବେଦାନ୍ତ ଏବଂ ଅନ୍ୟ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ଅଭିନେତ୍ରୀ ଦିଆ ମିର୍ଜା ମଧ୍ୟ ବେଦାନ୍ତଙ୍କୁ ଢେରସାରା ଶୁଭେଚ୍ଛା ଜଣାଇଛନ୍ତି। ଦିଆ ଏକ ସିଂହର ଇମୋଜୀ ଦେଇ ଲେଖିଛନ୍ତି ବାପାଙ୍କ ଠାରୁ ପୁଅ ମଧ୍ୟ କେଉଁ ଗୁଣରେ କମ ନୁହଁ। ତୁମେ ଏମିତି ଖେଳୁଥାଅ। ସାରା ଦେଶ ତୁମର ଫ୍ୟାନ। ଆହୁରି ନାଁ କମାଅ ବୋଲି ଲେଖିଛନ୍ତି।
ଏହି ଫଟୋରେ ବେଦାନ୍ତ ତାଙ୍କର ମେଡାଲ ଏବଂ ଟ୍ରଫି ଦେଖାଇଛନ୍ତି। ପୁଅ କେଉଁ ପ୍ରତିଯୋଗିତାରେ କେଉଁ ପଦକ ପାଇଛନ୍ତି ତାହା ମାଧବନ କହିଛନ୍ତି। ବେଦାନ୍ତ ୧୦୦ମିଟର , ୨୦୦ ମିଟର ଏବଂ ୧୫୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ୪୦୦ ମିଟର ଏବଂ ୮୦୦ ମିଟର ସ୍ବିମିଂରେ ରୌପ୍ୟ ପଦକ ଜିତିଛନ୍ତି। ବେଦାନ୍ତଙ୍କ ମେଡାଲକୁ ନେଇ ମୁଁ ବହୁତ କୃତଜ୍ଞ ଏବଂ ନମ୍ର ଅନୁଭବ କରୁଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଖେଲୋ ଇଣ୍ଡିଆର ଆୟୋଜନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମାଧବନଙ୍କ ପୁଅ ବେଦାନ୍ତ ଏକ ଜାତୀୟ ସ୍ତରର ସନ୍ତରଣକାରୀ। ସେ ପୂର୍ବରୁ ବିଦେଶକୁ ଯାଇ ଭାରତର ନାମକୁ ମଧ୍ୟ ଗର୍ବିତ କରାଇଛନ୍ତି। ବଲିଉଡର ବହୁ ଅଭିନେତା ଅଭିନେତ୍ରୀ ମାଧବନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ