OLX ରେ କିଣୁଛନ୍ତି କି ଗାଡ଼ି ତେବେ ହୋଇଯାଆନ୍ତୁ ସାବଧାନ
ଅର୍ଗସ ବ୍ୟୁରୋ: ପୂର୍ବତନ ଭାରତୀୟ ସ୍ପିନର ରମେଶ ପାୱାର ମୁମ୍ବାଇ ଦଳର କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ପାୱାରଙ୍କୁ କୋଚ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ମୁମ୍ବାଇ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବଇ ଦଳ ନୌରାଶ୍ୟଜନକ ପ୍ରର୍ଦଶନ କରିବା ସହ କ୍ୱାଟର ଫାଇନାଲରୁ ବାଦ ପଡିଥିଲା। ଏହି ଟୁର୍ଣ୍ଣାମେଣ୍ଟ ପରେ ମୁମ୍ବାଇ ଦଳର ମୁଖ୍ୟ କୋଚ ପଦରୁ ଅମିତ ପାଗ୍ନିସ ଇସ୍ତଫା ଦେଇଥିଲେ।
ଆଗକୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିରେ ରମେଶ ପାୱାର ମୁମ୍ବାଇର କୋଚ ଭାବେ କାର୍ଯ୍ୟ କରିବେ । ଏହି ଟୁର୍ଣ୍ଣାମେଣ୍ଟରେ ମହାରାଷ୍ଟ୍ର, ରାଜସ୍ଥାନ, ହିମାଚଳ ପ୍ରଦେଶ ଏବଂ ପୁଡୁଚେରୀ ସହ ଗ୍ରୁପ -ଡି ରେ ରହିଛି ମୁମ୍ବାଇ । ଗ୍ରୁପ-ଡିର ମ୍ୟାଚ ଜୟପୁରରେ ଫେବୃଆରୀ ୨୦ ତାରିଖରୁ ଖେଳାଯିବ । ଏହି ଟ୍ରଫିରେ ଶ୍ରେୟସ ଆୟାର ଖେଳିବେ ବୋଲି ମୁମ୍ବାଇ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।