ମରିଗଲା ଲୋକଙ୍କ ଭିତରେ ଥିବା ମାନବିକତା
ଅର୍ଗସ ବ୍ୟୁରୋ: ଆଇପିଏଲ 2020 । 30 ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ 13 ରନରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଆଇପିଏଲର ଆଜିର ମ୍ୟାଚରେ ରୟାଲ ଚାଲେଞ୍ଜର ବାଙ୍ଗାଲୋରକୁ ଭେଟିବ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ । ଆଇପିଏଲରେ ଆଜି ଦେଖିବାକୁ ମିଳିବ ଏକ ହାଇଭୋଲଟେଜ୍ ମୁକାବିଲା। ସନ୍ଧ୍ୟା ସାଢ଼େ ୭.୩୦ରେ ଏହି ମ୍ୟାଚ୍ ଶାହାର୍ଜା ଷ୍ଟାଡିୟମ୍ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଦୁଇଟି ଯାକ ଦଳ ଏଯାବତ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ଖାସ୍ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସ ଆଇପିଏଲ୍ ମଇଦାନ୍ରେ ନିଜ ଯାଦୁ ଦେଖାଉଛନ୍ତି। ଆରମ୍ଭରୁ ଟିକେ ଫିକା ପଡ଼ିଯାଇଥିଲେ ମଧ୍ୟ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଏବେ ପର୍ମକୁ ଫେରିଛି।