ତେବେ ଋଷଭ ପନ୍ତ କ୍ରିଜକୁ ଓହ୍ଲାଇବା ମାତ୍ରେ ଦିନିକିଆ ଶୈଳୀରେ ବ୍ୟାଟିଂ କରିଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ରବୀନ୍ଦ୍ର ଜାଡେଜା। ପନ୍ତ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଜାଡେଜା ଦେଖିଚାହିଁ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଇଂଲଣ୍ଡ ବୋଲରଙ୍କ ଦୃଢ ମୁକାବିଲା କରି ଭାରତକୁ ସଙ୍କଟଜନକ ସ୍ଥିତିରୁ ଉଧାର କରିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଓ୍ଵିକେଟ୍ ହରାଇଥିଲା। ଦଳ ବ୍ୟାଟିଂ ବିପର୍ୟ୍ୟୟ ଭୋଗିଥିଲା। ୨୭ ରନ ସ୍କୋରରେ ଶୁଭମାନ ଗିଲ୍ ୧୭ ରନ କରି ଆଉଟ୍ ହୋଇଥିଲେ। ଚେତେଶ୍ଵର ପୂଜାରା(୧୩) ନିରାଶ କରିଥିଲେ। ହନୁମା ବିହାରୀ(୨୦) ଭଲ ଆରମ୍ଭ କରିଥିଲେ ହେଁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ପନ୍ତ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ମାତ୍ର ୮୯ ବଲରୁ ଟେଷ୍ଟ କ୍ୟାରିୟରରେ ପଞ୍ଚମ ଶତକ ପୂରଣ କରିଥିଲେ। ସେ ଏବଂ ଜାଡେଜା ଷଷ୍ଠ ଓ୍ଵିକେଟରେ ୨୨୨ ରନ ଯୋଡି ଭାରତର ସ୍କୋରକୁ ୩୨୦ରେ ପହଞ୍ଚାଇଥିଲେ।