
ଅର୍ଗସ ବ୍ୟୁରୋ : ମହାମାରୀ କରୋନା ପାଇଁ କିଛି ଦିନର ବ୍ୟାବଧାନ ପରେ ପୁଣି ଥରେ କ୍ରିକେଟ ଫେରିଛି । ଇଂଲଣ୍ଡ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ସାଉଥ ହମ୍ପଟନ ଠାରେ ଅନୁଷ୍ଠିତ ହେଉଛି ବିନା ଦର୍ଶକରେ ଟେଷ୍ଟ ମ୍ୟାଚ । ତେବେ ଆଇସିସି ପକ୍ଷରୁ କୋଭିଡ ପାଇଁ ଜାରି କରାଯାଇଥିବା ନିୟମକୁ ମାନି ଏହି ମ୍ୟାଚ ଖେଳାଯାଉଛି ।
ଏହି ମ୍ୟାଚକୁ ଦେଖିବା ସହ କ୍ରିକେଟ ଫେରିବା ନେଇ ବେସ ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଦିନିକିଆ ଉପ-ଅଧିନାୟକ ରୋହିତ ଶର୍ମା । ଉଭୟେ ବହୁ ଶୀଘ୍ର ପଡିଆକୁ ଓହ୍ଲାଇବା ନିମନ୍ତେ ବ୍ୟଗ୍ର ଥିବା ନିଜ ଟ୍ୱିଟରେ ପ୍ରକାଶ କରିଛନ୍ତି ।
କରୋନା ପାଇଁ କିଛି ଦିନର ବ୍ରେକ ପରେ ଧୀରେ ଧୀରେ ପଡିଆକୁ ଓହ୍ଲାଉଛନ୍ତି ଭାରତୀୟ କ୍ରିକେଟ ଖେଳାଳି । ସାର୍ଦ୍ଦୁଲ ଠାକୁର, କୃର୍ଣ୍ଣାଲ ପାଣ୍ଡ୍ୟା, ଚେତେଶ୍ୱର ପୂଜାରା, ରୋହିତ ଶର୍ମା, ମହମ୍ମଦ ସାମି ଆଦି ଭାରତୀୟ ଖେଳାଳି ସେମାନଙ୍କ ଅଭ୍ୟାସ ଆରମ୍ଭ କରିଛନ୍ତି ।

