ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଲାଗି ଭାରତୀୟ ଟି-୨୦ ଦଳରେ ସ୍ଥାନ ପାଇଥିଲେ । ତେବେ ତାଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିବା ପରେ ସେ ଏହି ସିରିଜରୁ ବାଦ ପଡିଥିଲେ । କରୋନାରୁ ସମ୍ପୁର୍ଣ୍ଣ ସୁସ୍ଥ ହୋଇନଥିବାରୁ ସାମିଙ୍କୁ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଲାଗି ଦଳରେ ସ୍ଥାନ ମିଳିନି । ଏବେ ସେ କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଥିବା ବେଳେ ତାଙ୍କ ଫିଟନେସ ଟେଷ୍ଟ କରାଯିବ ।
ସେ ଫିଟ ଘୋଷିତ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ଅବଶିଷ୍ଟ ୨ଟି ମ୍ୟାଚରେ ସୁଯୋଗ ପାଇବାର ସମ୍ଭାବନା ରହିଛି । ସେ ୨୦୨୧ ନଭେମ୍ବରରେ ରେ ଶେଷଥର ଲାଗି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।