ଝାରସୁଗୁଡାରେ ନବ ସରକାର
ଅର୍ଗସ ବ୍ୟୁରୋ: ବିସିସିଆଇ ପକ୍ଷରୁ ନୂଆ ଫିଟନେସ ଟେଷ୍ଟ ନିୟମ ଜାରି କରାଯାଇଛି। ଏହି ନିୟମ ଅନୁସାରେ ଦଳର ଚୟନ ପକ୍ରିୟାରେ ସାମିଲ ହେବା ପାଇଁ ଖେଳାଳିଙ୍କୁ ୨ କିମି ଦୌଡି ପାରିବା ଦରକାର । ପୂର୍ବରୁ ସାସନଙ୍କ ସମେତ ଛଅ କ୍ରିକେଟର ଏହି ଟେଷ୍ଟରେ ଫେଲ ହୋଇଥିଲେ । ତେବେ ଫେଲ ହେବାର ୨୪ ଘଣ୍ଟା ପରେ ସଂଜୁ ସାମସନ ଏହି ଟେଷ୍ଟକୁ ପାସ କରିଛନ୍ତି । ସାମସନଙ୍କ ବ୍ୟତୀତ ଇଶାନ କିଶାନ, ଜୟଦେବ ଉନାଦକତ ଏବଂ ସିଦ୍ଧାର୍ଥ କୌଲ ମଧ୍ୟ ଏହି ଫିଟନେସ ଟେଷ୍ଟକୁ ପାସ କରିଛନ୍ତି ।
ଏହି ଟେଷ୍ଟ ପାସ କରିଥିବା ଖେଳାଳିଙ୍କ ନାମ ଆଗାମୀ ଇଂଲଣ୍ଡ ବିପକ୍ଷ ଏକଦିବସୀୟ ଏବଂ ଟି-ଟ୍ୱେଣ୍ଟି ସିରିଜ ପାଇଁ ଖେଳାଳି ଚୟନ ନିମନ୍ତେ ସାମିଲ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।