Headlines 11Am
ଅର୍ଗସ ବ୍ୟୁରୋ: ଆଗାମୀ ଆଇପିଏଲ ସିଜିନ ପାଇଁ ପୂର୍ବତନ ଭାରତୀୟ ବ୍ୟାଟସମାନ ସଞ୍ଜୟ ବାଙ୍ଗର ରୟାଲ ଚାଲେଞ୍ଜର ବାଙ୍ଗାଲୋର ଦଳର ବ୍ୟାଟିଙ୍ଗ କୋଚ ଭାବେ ନିଯୁକ୍ତ ହୋଇଛନ୍ତି। ବାଙ୍ଗରଙ୍କ ବ୍ୟତୀତ ସାଇମନ କାଟିଚ ମୁଖ୍ୟ କୋଚ ଭାବେ ଦାୟିତ୍ୱରେ ଅଛନ୍ତି। ସେହିପରି ଶ୍ରୀଧରନ ଶ୍ରୀରାମ ଦଳର ବ୍ୟାଟିଙ୍ଗ ଏବଂ ସ୍ପିନ ବୋଲିଂଗ କୋଚ ଦାୟିତ୍ୱରେ ଥିବା ବେଳେ ଆଡାମ ଗ୍ରିଫଥ ବୋଲିଂଗ କୋଚ ଦାୟିତ୍ୱରେ ଅଛନ୍ତି।
ଚଳିତ ବର୍ଷ ଆଇପିଏଲ ନିଲାମ ପୂର୍ବରୁ 10 ଜଣ ଖେଳାଳିଙ୍କୁ ଆରସିବି ରିଲିଜ କରିଛି। ଏହା ସହ ଏହି ବର୍ଷ ନିଲାମରେ ଦଳ 11 ଜଣ ଖେଳାଳିଙ୍କୁ କିଣି ପାରିବ। ସଞ୍ଜୟ ବାଙ୍ଗର ପୂର୍ବରୁ ଭାରତୀୟ କ୍ରିକେଟ ଟିମର ବ୍ୟାଟିଙ୍ଗ କୋଚ ଏବଂ କିଙ୍ଗସ ଏକାଦଶ ପଞ୍ଜାବର ମୁଖ୍ୟ କୋଚ ଭାବେ କାର୍ଯ୍ୟ କରି ସାରିଛନ୍ତି।