ଅର୍ଗସ ବ୍ୟୁରୋ : ଆଗାମୀ ସେପ୍ଟେମ୍ବର ମାସ 19 ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ ନିମନ୍ତେ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି। ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି କ୍ରିକେଟରୁ ଦୂରେଇ ରହିବା ପରେ ପୁଣି ଆଉ ଥରେ ପୁରୁଣା ଲୟକୁ ଫେରିବା ନିମନ୍ତେ ଅଭ୍ୟାସ ଆରମ୍ଭ କରିଛନ୍ତି କ୍ରିକେଟର। କିଙ୍ଗସ ଏକାଦଶ ଦଳର ଯୁବ ବ୍ୟାଟସମାନ ସର୍ଫରାଜ ଖାନଙ୍କୁ ଅଭ୍ୟାସ କରିବା ନିମନ୍ତେ ନିଜ ଫାର୍ମ ହାଉସକୁ ନିମନ୍ତ୍ରଣ କରିଛନ୍ତି ଭାରତୀୟ ତଥା କିଙ୍ଗସ ଏକାଦଶ ପଞ୍ଜାବର ଫାଷ୍ଟ ବୋଲର ମହମ୍ମଦ ସାମି।
ଉଭୟ ଖେଳାଳି ସାମିଙ୍କ ଉତ୍ତର ପ୍ରଦେଶର ରାଜ୍ୟର ଆମରୋହା ସ୍ଥିତ ଫାର୍ମ ହାଉସରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଏନେଇ ମହମ୍ମଦ ସାମି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ପୂର୍ବରୁ ମହମ୍ମଦ ସାମି ସୁରେଶ ରୈନା ଏବଂ ପିୟୁଷ ଚାୱଲାଙ୍କ ସହ ମଧ୍ୟ କ୍ରିକେଟ ଅଭ୍ୟାସ କରିସାରିଛନ୍ତି।
