ଆଜି (ରବିବାର) ଇଂଲଣ୍ଡ ବିରୋଧରେ ୧୭ ବର୍ଷ ୧୫୦ ଦିନରେ ପ୍ରଥମ ଦିନିକିଆ ମ୍ୟାଚ ଖେଳି ସେ ଏହି କୃତିତ୍ଵ ଲାଭ କରିଛନ୍ତି। ମାତ୍ର ୧୫ ରନ୍ ସ୍କୋର କରି ସେ ଆଉଟ ହୋଇଛନ୍ତି।
ଶେଫାଳୀ ୧୫ ବର୍ଷ ୨୩୯ ଦିନରେ ପ୍ରଥମ ଟି -20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏଥି ସହିତ, ସେ ୧୭ ବର୍ଷ ୧୩୯ ଦିନରେ ଟେଷ୍ଟ ଡେବ୍ୟୁ କରିଥିଲେ। ଶେଫାଳୀ ଏପର୍ଯ୍ୟନ୍ତ ୨୨ ଟି ଟି-୨୦ ଅନ୍ତର୍ଜାତୀୟ ଏବଂ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଏବଂ ଏହି ୧୭ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ତାଙ୍କ ପ୍ରଦର୍ଶନରେ ବିଶ୍ୱ କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।