ସ୍ୱର୍ଣ୍ଣ ପଦକ ଜିତିଥିବା ସ୍ୱିଡେନର 18 ବର୍ଷୀୟା ମାଜା ଆସ୍କାଗ 6.60 ମିଟରକୁ ଡେଇଁ ସାଇଲିଠାରୁ ମାତ୍ର ଏକ ସେଣ୍ଟିମିଟର ଆଗରେ ଥିଲେ।
ବିଶ୍ୱ ଆଥଲେଟିକ୍ସ ଅଣ୍ଡର -20 ଚାମ୍ପିଅନସିପ୍ : ରୌପ୍ୟ ପଦକ ଜିତି ଇତିହାସ ରଚିଲେ 17 ବର୍ଷୀୟ ସାଇଲି
ଅର୍ଗସ୍ ବ୍ୟୁରୋ : 17 ବର୍ଷୀୟ ସାଇଲି ସିଂ ଅଣ୍ଡର -20 ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ସେ ଲମ୍ବ ଡିଆଁରେ 6.59 ମିଟର ଡେଇଁ ପଦକ ଜିତିଛନ୍ତି। ସାଇଲି ମାତ୍ର ଏକ ସେଣ୍ଟିମିଟର ପାଇଁ ସ୍ୱର୍ଣ୍ଣ ପଦକ ହରାଇଛନ୍ତି । ଅଣ୍ଡର -20 ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଇତିହାସରେ ସାଇଲି ବର୍ତ୍ତମାନ ପ୍ରଥମ ଭାରତୀୟ ଖେଳାଳି ଭାବରେ ଲମ୍ବ ଡିଆଁରେ ପଦକ ଜିତିଛନ୍ତି ।
Download Argus News App
