ବିବାହରେ ବିଫଳ ହୋଇଥିବା ଧାଓ୍ବନ ସ୍ବୀକାର କରିଛନ୍ତି। ଏଥିପାଇଁ ସେ କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଚାହୁଁନାହାନ୍ତି। କାରଣ ବିବାହ ବିଷୟରେ ପୂର୍ବରୁ ମୋର ଅଭିଜ୍ଞତା ନ ଥିଲା। ଆଜି ମୁଁ କ୍ରିକେଟ ବିଷୟରେ ଯାହା କହୁଛି ତାହା ୨୦ବର୍ଷ ପୂର୍ବରୁ ମୋର ଅଭିଜ୍ଞତା ନ ଥିଲା। ସମୟ ସହିତ ଅଭିଜ୍ଞତା ଆସେ। ଛାଡ଼ପତ୍ର ମାମଲାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ତେଣୁ ପୁଣି ବିବାହ କରିବା କଥା ଏବେ ଭାବି ନାହିଁ। ବର୍ତ୍ତମାନ ମୋର ଡିଭୋର୍ସ ମାମଲା ଚାଲିଛି। ଆମ ବିବାହ ସମ୍ପର୍କ ମୋ ପାଇଁ ଭାଙ୍ଗିଛି ଏଥିପାଇଁ ମୁଁ ହି ଦାୟୀ। କାହିଁକି ନା ଏଥିରେ ମୋର ପୂର୍ବରୁ ମୋର ଅଭିଜ୍ଞତା ନ ଥିଲା। ବୋଧେ ହୁଏ ଆମ ଦୁଇ ଜଣଙ୍କ ମନ ମିଶିଲାନି।
ଅଧିକ ଖବର ପଢ଼ନ୍ତୁ:ରିଷଭ ପନ୍ତଙ୍କୁ ନେଇ ଭାବୁକ ହେଲେ ପଣ୍ଟିଂ
ସୂଚନା ଥାଉ କି, ୨୦୧୨ରେ ଶିଖର ଧାଓ୍ବନ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହିତ ଏବଂ ତାଙ୍କର ୨ ସନ୍ତାନ ମଧ୍ୟ ଥିଲେ। ଏହାସତ୍ତ୍ବେ ଶିଖର ତାଙ୍କୁ ଗ୍ରହଣ କରିଥିଲେ। ୨୦୧୪ରେ ଉଭୟଙ୍କର ଏକ ପୁଅ ହୋଇଥିଲା। ଉଭୟଙ୍କ ମଧ୍ୟରେ ସବୁ ଠିକ ଚାଲିଥିଲା। କିନ୍ତୁ ହଠାତ ଛାଡ଼ପତ୍ର ଖବର ସାମ୍ନାକୁ ଆସିଲା।
ଆହୁରି ଅଧିକ ପଢ଼ନ୍ତୁ: ବଲିଉଡରେ ଜଲଓ୍ୱା ଦେଖାଇବେ କ୍ରିକେଟର ଶିଖର ଧୱନ !