ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନରେ ପରାସ୍ତ କରିଛି। ଟି-୨୦ରେ ନ୍ୟୁଜିଲାଣ୍ଡ ଉପରେ ଟିମ୍ ଇଣ୍ଡିଆର ଏହା ହେଉଛି ସବୁଠାରୁ ବଡ଼ ବିଜୟ। ଏହି ବିଜୟରେ ୨୩ବର୍ଷୀୟ ଶୁଭମନ ଗିଲଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା। ସେ ୬୩ଟି ବଲରେ ୧୨୬ ରନ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୧୨ ଚୌକା ଓ ୭ ଛକା ମାରିଥିଲେ। ଶୁଭମନଙ୍କ ଷ୍ଟ୍ରାଇକ୍ ରେଟ୍ ୨୦୦ ଥିଲା। ଏହି ଇନିଂସ ସହ ଶୁଭମନ ଅନେକ ରେକର୍ଡ ମଧ୍ୟ କରିଥିଲେ। ସେ ଅନ୍ତର୍ଜାତୀୟ ଟି-୨୦ରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏହି ଏହାପୂର୍ବରୁ ଏହି ରେକର୍ଡ ସୁରେଶ ରାଇନାଙ୍କ ନାମରେ ଥିଲା। ରାଇନା ସାଉଥଆଫ୍ରିକା ବିପକ୍ଷରେ ୨୦୧୦ରେ ରାଇନାଙ୍କୁ ମଧ୍ୟ ଶତକ ହାସଲ କଲାବେଳେ ୨୩ବର୍ଷ ହୋଇଥିଲା।
ଶୁଭମନ ବିଶ୍ବର ସପ୍ତମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପାଇଁ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ସୁରେଶ ରାଇନା, ରୋହିତ ଶର୍ମା, କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ଦୀପକ ହୁଡା ଏହା କରିଛନ୍ତି। ଏଥିସହିତ ସେ ଭାରତର ପଞ୍ଚମ ବ୍ୟାଟ୍ସମ୍ୟାନ ଯିଏ ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି।
ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପାଇଁ ଶୁଭମନଙ୍କ ଅପରାଜିତ ୧୨୬ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହାପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିଲା। ସେ ଗତ ବର୍ଷ ଦୁବାଇରେ ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୧୨୨ ସ୍କୋର କରିଥିଲେ। ଏଥିସହିତ ରୋହିତ ୧୧୮ ରନ୍ ସହ ତୃତୀୟ ସ୍ଥାନରେ ଅଛନ୍ତି। ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟକୁ ମିଶାଇ ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରେ ଶୁଭମନଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।