ସାଉଥ ଏବଂ ବଲିଉଡର ସୁପରଷ୍ଟାର ମହେଶ ବାବୁ, ଏସ.ଏସ ରାଜାମୌଲି, ଭିକି କୌଶଲ, ଅନୁଷ୍କା ଶର୍ମାଙ୍କ ସମେତ ଅନେକ ତାରକା ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟିମ ଇଣ୍ଡିଆର ବିଜୟ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବଲିଉଡ ଅଭିନେତା ବିକି କୋଶଲ ଇନଷ୍ଟା ଷ୍ଟୋରୀ କ୍ୟାପସନରେ ଲେଖିଛନ୍ତି କି ନିଆଁ କି ଯାଦୁ। ଅନୁଷ୍କା ମଧ୍ୟ ସିରାଜଙ୍କର ଫ୍ୟାନ ହୋଇଯାଇଛନ୍ତି। ଲେଖିଛନ୍ତି ମିଆଁ କି ମ୍ୟାଜିକ।
ସେହିପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ଟିମ ଇଣ୍ଡିଆର ଫଟୋ ଶେୟାର କରିବାବେଳେ ପୋଷ୍ଟ କରିଛନ୍ତି ଏସିଆ କପ ୨୦୨୩ରେ ଚମତ୍କାର ବିଜୟ ପାଇଁ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ସିଦ୍ଧାର୍ଥ ମାଲହୋତ୍ରା ଲେଖିଛନ୍ତି ଟିମ ଇଣ୍ଡିଆ ଆଜି ବୋଲିଂରେ ଶକ୍ତି ପ୍ରଦର୍ଶନ କରିଛି। ସମସ୍ତଙ୍କୁ ମୋ ତରଫରୁ ଢ଼େର ସାରା ଅଭିନନ୍ଦନ।
ସିରାଜଙ୍କୁ ନେଇ ଏବେ ସମସ୍ତେ ଗର୍ବିତ। ଏତେ ଦିନ ପରେ ଇଣ୍ଡିଆ ଟିମରେ ବୋଲିଂ ଲାଇନ ଏଭଳି ଦେଖି ସମସ୍ତେ ଖୁସି। ସେପଟେ ଦିଲ୍ଲୀ ପୋଲିସ ମଧ୍ୟ ସିରାଜଙ୍କ ବୋଲିଂ ପ୍ରଦର୍ଶନରେ ଭାରି ଖୁସି। ଦିଲ୍ଲୀ ପୋଲିସ ଏକ୍ସରେ ଟ୍ବିଟ କରିଛି ଯେ ଆଜି ସ୍ପିଡ ପାଇଁ ସିରାଜଙ୍କର ଚାଲାଣ କଟିବ ନାହିଁ। ଆଉ ଏହି ଟ୍ବିଟ ଏବେ ଭାଇରାଲ ହେବାରେ ଲାଗିଛି। ଖାଲି ଏତିକି ନୁହେଁ ସିରାଜ ଗତକାଲି ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ। ଆଉ ସେ ପାଇଥିବା ଚେକକୁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ବାଣ୍ଟିଦେଇଥିଲେ। ଏହାପରେ ଷ୍ଟାଡିୟମରେ ସିରାଜଙ୍କୁ ତାଳି ମାରି ପ୍ରଶଂସା କରିଥିଲେ ପଡ଼ିଆରେ ବସିଥିବା କ୍ରିକେଟଫ୍ୟାନମାନେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର