ଅର୍ଗସ ବ୍ୟୁରୋ: ଇଂଲଣ୍ଡ ଟିମର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଟେଷ୍ଟ ସିରିଜ ପାଇଁ ଖେଳିବା ପାଇଁ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଏନେଇ ସେୟାର କରିଛନ୍ତି। 5 ଫେବୃଆରୀରୁ ଭାରତ–ଇଂଲଣ୍ଡ ମଧ୍ୟରେ ଏହି ସିରିଜ ଖେଳାଯିବ। ଏହା ପରେ ଦିନିକଆ ଓ ଟିଟ୍ଵେଣ୍ଟି ମ୍ୟାଚ ଖେଳାଯିବ।
ବେନଷ୍ଟୋକ୍ସ ନିଜର ଏକ ଫୋଟ ସୋସିଆଲ ମିଡିଆରେ ଛାଡିଛନ୍ତି ଯେଉଁଥିରେ ସେ ଇଣ୍ଡିଆ ଅଭିମୁଖର ଯାତ୍ର କରୁଛନ୍ତି। ଇଂଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ଯେ, ଶୀଘ୍ର ଭାରତ ଯାଉଛି। ଭାରତ ପହଞ୍ଚିଲା ପରେ ସେ ନିଜ କ୍ଵାରେଣ୍ଟିନ ପିରିୟଡ ପୂରା କରିବେ। ଭାରତରେ ସେ ବହୁ ଦିନ ଧରି ଆଇପିଏଲ ମଧ୍ୟ ଖେଳିଛନ୍ତି।
ପ୍ରଥମ ଦୁଇଟି ଦେଶ ପାଇଁ ଭାରତୀୟ ଦଳ:
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମାୟଙ୍କ ଅଗ୍ରୱାଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ୱିକେଟ୍ କିପର), ଆର ଅଶ୍ୱିନ୍, କୁଲଦୀପ ଯାଦବ, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଇଶାନ୍ତ ଶର୍ମା, ଜସପ୍ରୀତ ବୁମ୍ରା, ସିରାଜ, ଶାର୍ଦ୍ଦୁଲ ଠାକୁର
ପ୍ରଥମ ଦୁଇଟି ଦେଶ ପାଇଁ ଇଂଲଣ୍ଡ ଦଳ:
ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜେମ୍ସ ଆଣ୍ଡରସନ୍, ଷ୍ଟୁଆର୍ଟ ବ୍ରଡ୍, ରୋରୀ ବର୍ନସ୍, ଜୋସ୍ ବଟଲର (ୱିକେଟ୍ କିପର), ଜୋଫ୍ରା ଆର୍ଚର, ମୋଇନ୍ ଅଲି, ଡୋମ ବେସ୍, ଜ୍ୟାକ୍ କ୍ରୋଓଲ, ବେନ୍ ଫକ୍ସ, ଡେନ୍ ଲରେନ୍ସ, ଓଲି ଷ୍ଟୋନ୍, କ୍ରିସ୍ ୱକସ୍ ଏବଂ ଜ୍ୟାକ୍ ଲିଚ୍