ମାର୍ଚ୍ଚ ୩୧ରୁ ଟି-୨୦ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଆଇପିଏଲ ଉତ୍ସାହରେ ଭାରତୀୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଥିବା ହାରକୁ ଭୂଲିଯିବା ଉଚିତ ନୁହେଁ।
ଅଧିକ ଖେଳ ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରିବା ପରେ ଟିମ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି ପୂର୍ବତନ ଭାରତୀୟ ଦିଗ୍ଗଜ ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର। ସେ ଭାରତୀୟ ଖେଳାଳିଙ୍କୁ ଚତବାନୀ ଦେଇ କହିଛନ୍ତି। ଏହା ହେଉଛି ବିଶ୍ବକପ ବର୍ଷ ଭାରତୀୟ ଦଳକୁ ପୁଣି ଥରେ ଅଷ୍ଟ୍ରେଲିଆ ଦଳକୁ ସାମ୍ନା କରିବାକୁ ପଡ଼ିପାରେ। ଏଥିପାଇଁ ଭାରତୀୟ ଟିମକୁ ଫିଲ୍ଡିଂରେ ଆହୁରି ଅଭ୍ୟାସ କରିବାକୁ ପଡ଼ିବ। ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ ୨୧ ରନରେ ଭାରକୁ ହାରିବାକୁ ପଡ଼ିଛି। ଅଷ୍ଟ୍ରେଲିଆ ୨-୧ରେ ସିରିଜ ଜିତିଯାଇଛି। ଏଥିପାଇଁ ଭାରତ ଦଳ ଏବେ ଟପ ଓ୍ବାନ ରାଙ୍କିଙ୍ଗ ମଧ୍ୟ ହରାଇବାକୁ ପଡ଼ିଛି। ଏଥିପାଇଁ ସୁନୀଲ ଗାଭାସ୍କର ରାଗିଯାଇଛନ୍ତି। ଭାରତୀୟ ଖେଳାଳିଙ୍କୁ ସହଜରେ ଗତକାଲି ସିଙ୍ଗଲ ବି ମିଳୁ ନ ଥିଲା। ତେଣୁ ବିଶ୍ବକପ ପୂର୍ବରୁ ଏସବୁ ଧ୍ୟାନ ରଖିବାକୁ ପଡ଼ିବ। ନଚେତ ଖୁବ ମହଙ୍ଗା ପଡ଼ିପାରେ।
ମାର୍ଚ୍ଚ ୩୧ରୁ ଟି-୨୦ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଆଇପିଏଲ ଉତ୍ସାହରେ ଭାରତୀୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଥିବା ହାରକୁ ଭୂଲିଯିବା ଉଚିତ ନୁହେଁ।
ଅଧିକ ଖେଳ ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ଏବେ ମହଙ୍ଗା ପଡ଼ିଛି। ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ଦେିଛନ୍ତି। ଗୁଟଖା ବିଜ୍ଞାପନ ମାମଲାରେ ତିନି କଳାକାରଙ୍କୁ ନୋଟିସ ଜାରି କରାଯାଇଥିବା ଲକ୍ଷ୍ନୌ ବେଞ୍ଚକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ଶୁଣାଣି କରୁଛନ୍ତି ଏହି ଆବେଦନକୁ ଖାରଜ କରାଯିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ୨୦୨୪ ମେ' ୯ ପାଇଁ ସ୍ଥିର କରାଯାଇଛି। ଜଷ୍ଟିସଙ୍କ ଏକକ ବେଞ୍ଚ ଅବମାନନା ଆବେଦନ ଉପଳରେ ଏହି ଆଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପ୍ରଥମଥର ପାଇଁ ଖୋଲିଛି ଭିନଟେଜ ଏବଂ କ୍ଲାସିକ କାର ଶୋ। ଯାହାକୁ ନେଇ ଭୁବନେଶ୍ବରବାସୀ ଖୁବ ଏକ୍ସାଇଟେଡ। ପୁରୁଣା କାଳର ରୟାଲ କାର ଗୁଡ଼ିକ ପ୍ରଦର୍ଶିତ ହୋଇଛି ଅତି ସୁନ୍ଦର ଭାବେ ବରମୁଣ୍ଡା ପଡ଼ିଆରେ। ପ୍ରଦର୍ଶିତ ପ୍ରତିଟି କାର ବିଗତ ଦିନର ସମୃଦ୍ଧ ଇତିହାସ ଏବଂ କାରିଗରୀରର ମୁକସାକ୍ଷୀ ପାଲଟିଥିବାବେଳେ ସେଗୁଡ଼ିକ ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଦିଲ୍ଲୀ ତଥା ଭୁବନେଶ୍ବରରୁ ଆସିଛି। ଏହି ଭିଣ୍ଟେଜ୍ କାର ପ୍ରଦର୍ଶନୀ ୨ ଦିନ ଧରି ଚାଲିବ।କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ପୁନରୁଦ୍ଧାର କରାଯାଇଥିବା ୫୨ଟି କ୍ଲାସିକ୍ କାର୍ ପ୍ରଦର୍ଶନ କରାଯାଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ। ତେବେ ସବୁଠୁ ଅଧିକ ରୋଲ୍ସ ରୟସକୁ ଦେଖିବାକୁ ଲୋକଙ୍କ ଭିଡ଼ ହୋଇଥିଲା।
ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପ୍ରଥମ ଓଡ଼ିଶା କନକର୍ସ ଡି-ଏଲିଗାନ୍ସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ଭିଣ୍ଟେଜ୍ ଓ କ୍ଲାସିକ୍ କାର ପ୍ରଦର୍ଶିତ କରାଯାଇଛି । ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଏହାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଭାରତର ବିଭିନ୍ନ ରାଜ୍ୟରୁ ସୁରକ୍ଷିତ ଭାବେ ପୁନରୁଦ୍ଧାର କରାଯାଇଥିବା ୫୨ରୁ ଅଧିକ କାର ପ୍ରଦର୍ଶିତ କରାଯାଇଛି । କାରଗୁଡିକ ମଧ୍ୟରେ ରହିଛି ୧୮୮୬ ମସିହାର ବେଞ୍ଜ ମୋଟରୱାଗନର ପ୍ରତିକୃତି ସହ ରୋଲସ୍ ରଏସ୍, ଫଡ୍ ଭି, ଜାଗୁଆର, ବୁଗାଟି, ବ୍ରିଟିଶ କ୍ଲାସିକ୍ ଆଦି ପ୍ରଦର୍ଶିତ ହୋଇଛି । ସ୍ୱାଧୀନତା ପୂର୍ବର ଅନେକ କାର୍ ଏଥିରେ ସ୍ଥାନ ପାଇଛି । ଏପରି କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ । ଏହାର ଆୟୋଜକ ରହିଛନ୍ତି ଧର୍ମାଦିତ୍ୟ ପଟ୍ଟନାୟକ । ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ଏହି ମେଳାକୁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
କଟକ: 3ଟି ନାବାଳିକା କନ୍ୟା ସନ୍ତାନକୁ ଛାଡି ମାଆ ଫେରାର। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କେଂଟାଳୋ ଗାଁରେ। ଗତକାଲି ରାତିରେ ବାହାରକୁ ଶୌଚ ଆସିବାକୁ କହି କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଫେରାର ମହିଳାଙ୍କ ସ୍ୱାମୀ।
ଫେରାର ମହିଳାଙ୍କ ନାଁ ଲିଲି ପ୍ରଧାନ। ଲିଲିକୁ ସେହି ଅଞ୍ଚଳର ଜଣେ ଯୁବକ ପ୍ରଲୋଭନ ଦେଖାଇ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ତାର ଘର ଲୋକେ। ତେବେ 3ଟି ନାବାଳିକା କନ୍ୟାଙ୍କୁ ଛାଡି ଲିଲି ଜଣେ ମାଆ ହୋଇ ଏପରି କିପରି କରିପାରିଲେ କିମ୍ବା ତାଙ୍କୁ ଜୋର ଜବରଦସ୍ତ ଅପହରଣ କରାଯାଇଛି ଏନେଇ ତଦନ୍ତ କରି ଲିଲିଙ୍କୁ ଫେରାଇ ଆଣିବା ପାଇଁ ନିଶ୍ଚିନ୍ତକୋଇଲି ଥାନାରେ ଏତେଲା କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର