ତେବେ ଆଜି ଆଇପିଏଲ୍ ସିଜିନ ୧୩ରେ ଦୁଇଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଅପରାହ୍ନ ୩.୩୦ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟ ୭.୩୦ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ରହିଛି।
ଆଜି କୋଲକତା ଏବଂ ହାଇଦ୍ରାବାଦ ମଧ୍ୟରେ ହେବ କଡା ଟକ୍କର

ଅର୍ଗସ ବ୍ୟୁରୋ: ଆଇପିଏଲ ମହାସମର । ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦୁବାଇରେ ଖେଳାଯାଇଥିବା ଆଇପିଏଲର ୩୩ତମ ମ୍ୟାଚ ଅର୍ଥାତ ଶନିବାରର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଡିଭିଲିୟର୍ସ ୫୫ ରନର ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟୀ କରିଛନ୍ତି। ସେହିପରି ଦିଲ୍ଲୀ ଚେନ୍ନାଇ ମୁକାବିଲାରେ ବାଜି ମାରିଛି ଦିଲ୍ଲୀ ।
Download Argus News App
