ଅର୍ଗସ ବ୍ୟୁରୋ: ଏକଦା କ୍ରିକେଟରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିଥିବା ତିନି ଜଣ କ୍ରିକେଟର ଏବେ ନିଜର କ୍ୟାରିୟର ଏବଂ ପରିବାର ପ୍ରତିପୋଷଣ ପାଇଁ ମେଲବର୍ଣ୍ଣରେ ବସ ଚଳାଉଛନ୍ତି। ଏହି ତିନି ଜଣ କ୍ରିକେଟର ହେଉଛନ୍ତି ଶ୍ରୀଲଙ୍କାର ଦୁଇ ପୂର୍ବତନ କ୍ରିକେଟର ସୁରଜ ରଣଦିବ ଏବଂ ଚିନ୍ତାହାକା ଜୟସୀଙ୍ଗେ, ଆଉ ପୂର୍ବତନ ଜିମ୍ବାୱେ ଖେଳାଳି ଓ୍ଵାଡିଙ୍ଗଟନ ମାୱେଙ୍ଗ।
ସୂଚନା ଅନୁସାରେ ଫ୍ରାନ୍ସର ଟ୍ରାନ୍ସଦେବ ନାମକ ଏକ ଟ୍ରାନ୍ସପୋର୍ଟ କମ୍ପାନୀ 1200 ଲୋକଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ଦେଇଛି। ଯେଉଁଥିରେ ଏହି ତିନି କ୍ରିକେଟର ମଧ୍ୟ ରହିଛନ୍ତି। ସୁରଜ ରଣଦିବ 2011 ଶ୍ରୀଲଙ୍କା ବିଶ୍ୱକପ ଦଳର ସଦସ୍ୟ ଥିଲେ ଏବଂ ଦଳ ପକ୍ଷରୁ 12 ଟି ଟେଷ୍ଟ, 31 ଟି ଏକଦିବସୀୟ ଏବଂ 7 ଟି ଟି -20 ମ୍ୟାଚ ଖେଳିଛନ୍ତି। ଆଇପିଏଲରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ସେ ପ୍ରତିନିଧିତ୍ୱ କରିଥିଲେ । କିଛି ଦିନ ତଳେ ଅଷ୍ଟ୍ରେଲିଆ ଦଳର ନେଟ ବୋଲର ଭାବେ ରଣଦିବ କାର୍ଯ୍ୟ କରିଥିଲେ । ସେହିପରି ଜୟସୀଙ୍ଗେ ମଧ୍ୟ ଶ୍ରୀଲଙ୍କା ପକ୍ଷରୁ ପାଞ୍ଚୋଟି ଟି -20 ମ୍ୟାଚ ଖେଳି ଥିବା ବେଳେ ମା୍ୱେଙ୍ଗା ଜିମ୍ବାୱେ ପକ୍ଷରୁ ଗୋଟିଏ ଟେଷ୍ଟ ଏବଂ ତିନୋଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି।