ବିଶେଷ ଭାବେ ଆଗାମୀ ଅଷ୍ଟ୍ରେଲିଆ ସିରିଜ ନିମନ୍ତେ ସୂର୍ଯ୍ୟ ଭାରତୀୟ ଦଳରେ ସ୍ଥାନ ପାଇବାକୁ ହକଦାର ଥିଲେ ବୋଲି ଭଜି କହିଛନ୍ତି। ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତିନି ନମ୍ବରରେ ବ୍ୟାଟିଙ୍ଗ କରୁଥିବା ସୂର୍ଯ୍ୟ ୧୬ ଟି ମ୍ୟାଚରୁ ୧୪୫ରୁ ଉର୍ଦ୍ଧ ଷ୍ଟ୍ରାଇକ ରେଟରେ ୪୮୦ ରନ ସ୍କୋର କରିଛନ୍ତି। ଉଭୟ ସ୍ପିନ ଏବଂ ଫାଷ୍ଟ ବଲକୁ ଭଲ ଖେଳୁଥିବା ସୂର୍ଯ୍ୟ ଭାରତୀୟ ଦଳରେ ସ୍ଥାନ ପାଇବା ନିହାତି ଦରକାର ବୋଲି କିଛି ବରିଷ୍ଠ କ୍ରିକେଟର ମତ ଦେଇଛନ୍ତି।
ସୂର୍ଯ୍ୟ କୁମାର ଯାଦବ ହେଉଛନ୍ତି ଭାରତର ଡିଭିଲିୟର୍ସ- ହରଭଜନ ସିଂ

ଅର୍ଗସ ବ୍ୟୁରୋ: ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବଙ୍କୁ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଡିଭିଲିୟର୍ସଙ୍କ ସହ ତୁଳନା କରିଛନ୍ତି ପୂର୍ବତନ ଭାରତୀୟ ଅଫସ୍ପିନର ହରଭଜନ ସିଂ। ଭଜିଙ୍କ ମତରେ ଡିଭିଲିୟର୍ସଙ୍କ ନିକଟରେ ଯେପରି ୩୬୦ ଡିଗ୍ରୀ ସଟ୍ ଖେଳିବାର କ୍ଷମତା ରହିଛି ସୂର୍ଯ୍ୟ କୁମାର ଯାଦବଙ୍କ ନିକଟରେ ମଧ୍ୟ ସେହି କ୍ଷମତା ରହିଛି। ସେଥିପାଇଁ ସେ ସୂର୍ଯ୍ୟଙ୍କୁ ଡିଭିଲିୟର୍ସଙ୍କ ସହ ତୁଳନା କରିଛନ୍ତି। ଏହା ସହ ଲଗାତାର କିଛି ବର୍ଷ ହେବ ଘରୋଇ କ୍ରିକେଟ ଏବଂ ଆଇପିଏଲରେ ସୂର୍ଯ୍ୟ କୁମାର ଯାଦବ ଭଲ ପ୍ରର୍ଦଶନ କରୁଥିଲେ ମଧ୍ୟ ଚୟନକର୍ତ୍ତା ତାଙ୍କୁ ଦଳରେ ସାମିଲ କରୁନାହାନ୍ତି। ଏହି ଘଟଣାରେ ମଧ୍ୟ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି ଭଜି।
Download Argus News App
