୨୦୨୨ରେ ୩୧ ମ୍ୟାଚ୍ରେ ୧୧ ଶହ ୬୪ ରନ୍ କରିଥିଲେ ସୂର୍ଯ୍ୟ । T-20ରେ ବର୍ଷକରେ ହଜାରେ ରନ୍ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ସେହିପରି ଉଦୀୟମାନ ମହିଳା କ୍ରିକେଟର ଭାବେ ରେଣୁକା ସିଂହଙ୍କୁ ମିଳିଛି ଏହି ଆୱାର୍ଡ । ପେସ୍ ବୋଲିଂ ଓ ସୁଇଂ ବଳରେ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରୁଥିବା ରେଣୁକାଙ୍କୁ କ୍ରିକେଟର ଅଫ ଦ ଇୟର ବିବେଚନା କରିଛି ICC ।
ସମସ୍ତଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର

ଅର୍ଗସ ବ୍ୟୁରୋ : ଚମକିଲେ ସୂର୍ଯ୍ୟକୁମାର । ସମସ୍ତଙ୍କୁ ପଛରେ ପକାଇ ବନିଲେ ୨୦୨୨ର ଟି-୨୦ କ୍ରିକେଟ୍ ଅଫ ଦ ଇୟର । ଆଇସିସି ପକ୍ଷରୁ ସୂର୍ଯ୍ୟକୁମାରଙ୍କୁ ମିଳିଛି ଏହି ବଡ଼ ପୁରସ୍କାର । ୨୦୨୨ ବର୍ଷ ପାଇଁ ଆଇସିସି ପକ୍ଷରୁ ସୂର୍ଯ୍ୟଙ୍କୁ ଟି-୨୦ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଛି । ଇଂଲଣ୍ଡର ସାମ କରେନ, ଜିମ୍ବାୱେର ସିକନ୍ଦର ରଜାଙ୍କୁ ପଛରେ ପକାଇଛନ୍ତି ସୂର୍ଯ୍ୟକୁମାର ।
Download Argus News App
