ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ଆଡିଶନାଲ ସେସନ୍ସ କୋର୍ଟ ବିଚାରପତି ଶିବାଜୀ ଆନନ୍ଦ ଅଭିଯୁକ୍ତଙ୍କ ନାମରେ ଚାର୍ଜଫ୍ରେମ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ନାମରେ ହତ୍ୟା, ଦଙ୍ଗା ଓ ଆପରାଧିକ ଷଡ଼ଯନ୍ତ୍ରର ଧାରା ଲାଗୁ କରାଯାଇଛି।
ଜାତୀୟ ଜୁନିୟର ରେସଲିଂ ଚାମ୍ପିୟନ ସାଗର ଧନକରଙ୍କୁ ଏକ ସମ୍ପତ୍ତି ବିବାଦ ମାମଲାକୁ ନେଇ ସୁଶୀଲ ଓ କିଛି ବ୍ୟକ୍ତି ତାଙ୍କୁ ଷ୍ଟାଡିୟମରେ ଆକ୍ରମଣ କରିଥିଲେ। ୨୦୨୧ ମସିହା ମେ’ ୪ ତାରିଖରେ ଏହି ଆକ୍ରମଣ ଘଟିଥିଲା। ପରେ ଧନକରଙ୍କ ମୃତ୍ୟୁ ଘଟିଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟରୁ ମୁଣ୍ଡରେ ଆଘାତ କାରଣରୁ ମୃତ୍ୟୁ ସ୍ପଷ୍ଟ ହୋଇଥିଲା। ମେ’ ୨୩ ତାରିଖରେ ଦୁଇ ଦୁଇ ଥର ଅଲିମ୍ପକ୍ସ ପଦକ ବିଜେତା ଅଜୟ କୁମାରଙ୍କୁ ପୋଲିସ ଗିରଫ କରିଥିଲା। ପଚରାଉଚରା ପରେ ଜୁନ ୨, ୨୦୨୧ରୁ ସେ ପୋଲିସ ହେପାଜତରେ ଅଛନ୍ତି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।