କଟକ ଖାନନଗର ନେତାଜୀ ବସ ଟର୍ମିନାଲକୁ ନେଇ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
ଅର୍ଗସ ବ୍ୟୁରୋ: ସୟଦ ମୁସ୍ତାକ ଅଲ୍ଲୀ ଟି -20ରେ ଓଡ଼ିଶା ଲଗାତାର ତୃତୀୟ ପରାଜୟର ସାମ୍ନା କରିଛି। ତାମିଲନାଡୁ ଠାରୁ ଓଡିଶା 8 ଉଇକେଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଓଡିଶା ନିର୍ଦ୍ଧାରିତ 20 ଓଭରରେ 9 ଉଇକେଟ ହରାଇ 132 ରନ ସ୍କୋର କରିଥିଲା। ଦଳ ତରଫରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ 23 ରନ ସ୍କୋର କରିଥିଲେ।
133 ରନର ବିଜୟ ଲକ୍ଷ୍ୟକୁ ତାମିଲନାଡୁ ମାତ୍ର 15.1 ଓଭରରେ ହାସଲ କରି ନେଇଛି। ଦଳ ପକ୍ଷରୁ ଏନ. ଜଗଦୀଶନ ସର୍ବାଧିକ 61 ରନ ସ୍କୋର କରିଛନ୍ତି। ଏହି ବିଜୟ ସହ ତାମିଲନାଡୁ ହ୍ୟାଟ୍ରିକ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ଓଡିଶା ବେଙ୍ଗଲ ଠାରୁ ହାରିଥିବା ବେଳେ, ଦ୍ଵିତୀୟ ମ୍ୟାଚରେ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା।