ଭାରତୀୟ ଟିମ୍ ଯେତେବେଳେ କେରଳ ରାଜଧାନୀରେ ପହଞ୍ଚିଲେ ସେଠାରେ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ନୃତ୍ୟାଙ୍ଗନା ମାନେ ପାରମ୍ପାରିକ କଥକଲି ନୃତ୍ୟ କରି ସ୍ବାଗତମ ଜଣାଇଥିଲେ। ଗ୍ରିନଫିଲ୍ଡ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ ଉକ୍ତ ଷ୍ଟାଡିୟମର ଦ୍ବିତୀୟ ଦିନିକିଆ ସିରିଜ ବୋଲି ଜଣାପଡ଼ିଛି।
`କଥକଲି’ ନୃତ୍ୟରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ କରାଗଲା ଭବ୍ୟ ସ୍ବାଗତ

ଅର୍ଗସ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷରେ ଭାରତ ଟିମର ଥିବା ତୃତୀୟ ଦିନିକିଆ ମ୍ୟାଚ କେରଳରେ ଅନୁଷ୍ଠିତ ହେବ। ଏଥିପାଇଁ ଟିମ ଶୁକ୍ରବାର ତ୍ରିଭେନ୍ଦ୍ରମ ପହଞ୍ଚିଛନ୍ତି। ସେଠାରେ ଖେଳାଳିମାନେ ପହଞ୍ଚି ପଦ୍ମନାଭସ୍ବାମୀ ମନ୍ଦିର ଦର୍ଶନ କରିଥିଲେ। ସୋସିଆଲ ମିଡିଆରେ ଖେଳାଳିଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଖେଳାଳିମାନେ ଧୋତି ପିନ୍ଧିଥିବା ନଜରକୁ ଆସିଛନ୍ତି। ଏହି ଫଟୋରେ ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ଅକ୍ଷର ପଟେଲ, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ପ୍ରମୁଖ ଖେଳାଳିମାନେ ମନ୍ଦିର ସାମ୍ନାରେ ଫଟୋ ଉଠାଇଥିବା ଦେଖାଯାଇଛି।
Download Argus News App
