ସେହିପରି ଜାନୁୟାରୀ ୨୧ରେ ୨୦୨୨ରେ ସାଉଥ ଆଫ୍ରିକା ବିପକ୍ଷରେ ଭୁବନେଶ୍ବର ତାଙ୍କର ଶେଷ ଓ୍ବାନ ଡେ ଖେଳିଥିଲେ। ୨୦୨୨ ନଭେମ୍ବର ୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ପାଇଁ ଶେଷ ଟି ୨୦ ମ୍ୟାଚ ଖେଳିଥିଲେ। ବର୍ତ୍ତମାନ ଟିମ ଇଣ୍ଡିଆରେ ମହମ୍ମଦ ସିରାଜ, ଉମ୍ରାନ ମଲିକ, ମହମ୍ମଦ ଶାମି, ଶିବମ ମାଭି, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକଟଙ୍କ ଭଳି ଘାତକ ଦ୍ରୂତ ବୋଲର ଓ୍ବାନଡେ ଏବଂ ଟି-୨୦ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ଏହି ଦ୍ରୂତ ବୋଲର ରହିଥିବାବେଳେ ଭୁବନେଶ୍ବର କୁମାରଙ୍କ ଟି-୨୦ ଏବଂ ଓ୍ବାନଡେକୁ ଫେରିବା ପ୍ରାୟ ଅସମ୍ଭବ। ତେବେ ଅନ୍ୟପଟେ ଫେବୃୟାରୀ ୧୯ ତାରିଖରେ ବିସିସିଆଇ ୧୮ ଜଣ ଖେଳାଳିଙ୍କୁ ଚୟନ କରିସାରିଛି। ଏମିତି ମଧ୍ୟ ଖେଳାଳି ଅଛନ୍ତି ଯାହାଙ୍କର ପ୍ରଦର୍ଶନ ଏକଦମ ନିରାଶଜନକ ଥିବାବେଳେ ପରେ ଜବରଦସ୍ତ ଫର୍ମରେ ମଧ୍ୟ ଦଳରେ ରିଟର୍ଣ୍ଣ କରିଛନ୍ତି। ଯାହାର ସବୁଠାରୁ ଭଲ ଉଦାହରଣ ହେଲେ କ୍ରିକେଟର ଦୀନେଶ କାର୍ତ୍ତିକ। ତେବେ ଭୁବି ମଧ୍ୟ କମବ୍ୟାକ କରିବା କିଛି ଅସମ୍ଭବ ନୁହେଁ।
ଜାନୁଯାରୀ ୨୦୨୩ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଓ୍ବାନଡେ ଏବଂ ଟି-୨୦ସିରିଜରେ ଭୁବନେଶ୍ବର କୁମାର ସ୍ଥାନ ପାଇ ନ ଥିଲେ। ମାର୍ଚ୍ଚ ୧୭ରୁ ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାନଡେ ସିରିଜରେ ମଧ୍ୟ ସୁଯୋଗ ପାଇ ନାହାନ୍ତି ଭୁବନେଶ୍ବର। ସୂଚନା ଥାଉ କି, ଭୁବନେଶ୍ବର କୁମାର ଏଯାଏ ଭାରତ ପାଇଁ ୨୧ ଟେଷ୍ଟ ମ୍ୟାଚ ଖେଳିବାସହ ୧୨୧ ଓ୍ବାନଡେ ଏବଂ ୮୭ ଟି-୨୦ ମ୍ୟାଚ ଖେଳିଛନ୍ତି। ଭୁବନେଶ୍ବର କୁମାର ଭାରତକୁ ବହୁତଥର ଜିତାଇଛନ୍ତି। ତେବେ ଦେଖିବା ଭୁବିଙ୍କ କ୍ୟାରିୟରକୁ ନେଇ ବିସିସିଆଇ କଣ ନିଷ୍ପତ୍ତି ନେଉଛି।