ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟର ପ୍ରଥମ ମ୍ୟାଚ୍ ଇଣ୍ଡୋନେସିଆ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯିବ। ସେହିପରି ଟିମ୍ ଇଣ୍ଡିଆ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବ। ଭାରତ ସହ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଦଳ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୨୧ରେ ଭାରତୀୟ ମହିଳା ଦଳର ମ୍ୟାଚ୍ ଖେଳାଯିବ। ଯଦି ଭାରତୀୟ ମହିଳା ଦଳ ବିଜୟୀ ହୁଏ ତେବେ ସେପ୍ଟେମ୍ବର ୨୪ରେ ସେମିଫାଇନାଲ ମ୍ୟାଚ୍ ଖେଳିବ। ଏହାପରେ ସେପ୍ଟେମ୍ବର ୨୫ରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ପୁରୁଷ କ୍ରିକେଟ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ। ଏଥିରେ ନେପାଳ ଏବଂ ମଙ୍ଗୋଲିଆ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏଥିରେ ଟିମ ଇଣ୍ଡିଆର କ୍ବାର୍ଟର ଫାଇନାଲ ମ୍ୟାଚ ଅକ୍ଟୋବର ୩ରେ ଅନୁଷ୍ଠିତ ହେବ। ପୁରୁଷ କ୍ରିକେଟର ସେମିଫାଇନାଲ ମ୍ୟାଚ ଅକ୍ଟୋବର ୬ରେ ଖେଳାଯିବ। ଏହାର ଫାଇନାଲ ମ୍ୟାଚ ଅକ୍ଟୋବର ୭ରେ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟ ପାଇଁ ଭାରତର କମାଣ୍ଡ ଋତୁରାଜ ଗାଏକ୍ବାଡଙ୍କୁ ହସ୍ତାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର