ଅର୍ଗସ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷ ଏକଦିବସୀୟ ଏବଂ ଟି -20 ସିରିଜ ଖେଳିବା ନିମନ୍ତେ ଜୁନ 28 ତାରିଖରେ ଶ୍ରୀଲଙ୍କା ଗସ୍ତରେ ଯିବ ଭାରତୀୟ ଟିମ। ଅଧିକାଂଶ ସିନିଅର ଖେଳାଳି ଇଂଲଣ୍ଡ ଗସ୍ତରେ ଥିବା ବେଳେ ଶିଖର ଧାୱନଙ୍କ ନେତୃତ୍ୱରେ ଏକ ଯୁବ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ। ତେବେ ଏହି ଗସ୍ତରେ ଇସାନ କିଶନ ଏବଂ ସଞ୍ଜୁ ସାମସନ ଦୁଇ ଜଣ ୱିକେଟ କିପରଙ୍କୁ ଦଳରେ ସାମିଲ କରାଯାଇଛି।
ତେବେ ଉଭୟଙ୍କ ପ୍ରଦର୍ଶନକୁ ଦେଖିଲେ ଇସାନ କିଶନଙ୍କ ପରିବର୍ତ୍ତେ ସଞ୍ଜୁ ସାମସନଙ୍କ ଖେଳିବାର ସମ୍ଭାବନା ବେଶୀ ରହିଛି। ନିକଟରେ ଇସାନ କିଶନ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିବା ସହ ପ୍ରଥମ ମ୍ୟାଚରେ ଅର୍ଦ୍ଧ ଶତକ ହାସଲ କରିଥିଲେ। ସେହିପରି ଚଳିତ ବର୍ଷ ଆଇପିଏଲରେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲସ ଦଳର ନେତୃତ୍ୱ ନେବା ବେଳେ ପ୍ରଦର୍ଶନ ମଧ୍ୟ ସେତେ ସନ୍ତୋଷ ଜନକ କରି ନାହାନ୍ତି। ମାତ୍ର ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସଞ୍ଜୁ ସାମସନଙ୍କ ଅଭିଜ୍ଞତା ଇସାନ କିଶନଙ୍କ ଠାରୁ ଅଧିକ ରହିଛି। ମାତ୍ର ସବୁ କିଛି ନିଷ୍ପତ୍ତି ଶିଖର ଧୱନ ଏବଂ ରାହୁଲ ଦ୍ରାବିଡ଼ଙ୍କ ହାତରେ ରହିଛି। ତେବେ ଏହି ଦୁଇଙ୍କ ମଧ୍ୟରୁ ପ୍ଲେଇଙ୍ଗ ଏକାଦଶରେ କିଏ ଖେଳିବ ତାହା ଉପରେ ନଜର ରହିବ।
ଅର୍ଗସ ବ୍ୟୁରୋ : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବରଗଡ ଜିଲ୍ଲା ବିଜେଡିର ବରିଷ୍ଠ ସଂଗଠକ ଡା. ସୁଶିଲ କୁମାର ଶର୍ମା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଲେ । ଶ୍ରୀ ଶର୍ମାଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ଓ ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ପ୍ରମୋଦ କୁମାର ଦେବତ, ସୁରେନ୍ଦ୍ର ସାହୁ, ନରେନ୍ଦ୍ର କୁମାର ସାହୁ, ସନାତନ ବଢ଼େଇ, ନନ୍ଦକିଶୋର ସାହୁ, ଡକ୍ଟର ବିଶ୍ୱାଳ, ପ୍ରମୋଦ କୁମାର ପଣ୍ଡା, ପ୍ରମିଳା ବଢ଼େଇ, ଉମାକାନ୍ତ ବଢ଼େଇ, ବାଶୁଦେବ ସାହୁ, ଲକ୍ଷ୍ମୀ ସେଠୀ, ଦମୟନ୍ତୀ ସାହୁ, ଗୌତମ ସାହୁ, ରାକେଶ ନେଗି, କରୁଣାକର ସାହୁ, ଯୁଗେଶ୍ୱର ସାହୁ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପି ସାମିଲ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆସ୍ଥା ଓ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ନେତୃତ୍ୱ ଏବଂ ଦୃଢ଼ ସଂଗଠନ ପାଇଁ ଆଜି ପାର୍ଟିରେ ଯୋଗ ଦେଇଛି । ଆଗାମୀ ଦିନରେ ମୋଦିଜୀଙ୍କ ହାତ ମୁଠାକୁ ଦୃଢ଼ କରିବା ପାଇଁ ଯେଉଁ କାର୍ଯ୍ୟ ପାର୍ଟି ଦେବ ତାହା ମୁଁ କରିବି । ରାଜ୍ୟରେ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ବହୁ ବୃଦ୍ଧି ପାଇଛି । ବରଗଡ ଆଜି ବିଭିନ୍ନ ବିକାଶମୂଳକ କାର୍ଯ୍ୟରୁ ବଂଚିତ ରହୁଛନ୍ତି । ବହୁ ଶୀଘ୍ର ବରଗଡବାସୀ ଶାସକ ବିଜେଡିକୁ ଉଚିତ୍ ଜବାବ୍ ଦେବେ ବୋଲି ଡା. ଶର୍ମା କହିଛନ୍ତି ।
ଶ୍ରୀ ସୁଶୀଲ କୁମାର ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ । ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ମନୋଜ ମହାପାତ୍ର, ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।