ଫାଇନାଲରେ ଇଣ୍ଡୋନେସିଆର ଫୁୟୁ ଇୱାସାକି ଓ ନେଥାନିଆ ଇରାୱାନଙ୍କ ଯୋଡିଠାରୁ ପରାସ୍ତ ହୋଇଥିଲେ। ଫାଇନାଲ୍ ସ୍କୋର ଥିଲା 13-21, 15-21। ଗତ ଜୁଲାଇରେ ସେଣ୍ଟ ଡେନିସ୍ ରିୟୁନିୟନ୍ ଓପନ୍ 2022ର ୱିମେନ୍ ଡବଲଲସରେ ରନର୍ସ ଅପ୍ ହୋଇଥିଲେ ଋତପର୍ଣ୍ଣା ଓ ଶ୍ବେତପର୍ଣ୍ଣା। ପ୍ରଥମ ଓଡିଆ ଭାବେ ଏଭଳି ସଫଳତା ହାସଲ କରିଛନ୍ତି ପଣ଼୍ଡା ସିସଟର୍ସ। ଋତପର୍ଣ୍ଣା ଓ ଶ୍ୱେତପର୍ଣ୍ଣାଙ୍କ ଘର କଟକ ସହରରେ। କଟକରେ ନିଜ ଘରେ କୋର୍ଟ କରି ଋତପର୍ଣ୍ଣା ଆରମ୍ଭ କରିଥିଲେ ବ୍ୟାଡମିଣ୍ଟନ। ପ୍ରଥମ କୋଚ୍ ଥିଲେ ବାପା ରାମଚନ୍ଦ୍ର ପଣ୍ଡା। ପରେ ଭଉଣୀଙ୍କ ସହିତ ଖେଳିବା ଆରମ୍ଭ କଲେ ଶ୍ୱେତପର୍ଣ୍ଣା। ଆଉ ଏବେ ଉଭୟ ଭଉଣୀ ଆନ୍ତର୍ଜାତୀକସ୍ତରରେ ଭାରତ ପାଇଁ ଆଣିଛନ୍ତି ସୁନାମ।