ଅଲିମ୍ପିକ୍ସ ନିମନ୍ତେ ଯାତ୍ରା କରୁଥିବା ଖେଳାଳୀମାନଙ୍କ ସୁବିଧା ଓ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନିକଟରେ ସମୀକ୍ଷା କରିଥିଲେ । କେତେକ ଖେଳାଳୀଙ୍କ ଉତ୍ସାହ ପଦ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ମନ୍ କୀ ବାତ’ ରେ ଆଲୋଚନା କରିଥିଲେ। ସମଗ୍ର ଦେଶ ଖେଳାଳୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନୀତିଶ ପରମାଣିକ ଓ ଆଇନମନ୍ତ୍ରୀ କିରନ୍ ରିଜିଜ୍ଜୁ ମଧ୍ୟ ସାମିଲ ହେବେ।
ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଅପରାହ୍ନ ୫ଟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ କଥା ହେବେ ମୋଦି। ଖେଳାଳୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏପରି ବାର୍ତ୍ତା ବିନିମୟ ସେମାନଙ୍କୁ ଅଧିକ ଉତ୍ସାହିତ କରିବ । ୧୮ଟି କ୍ରୀଡା ଶ୍ରେଣୀରେ ୧୨୬ଜଣ କ୍ରୀଡାବିତ୍ ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯାତ୍ରା କରିବେ ।
Download Argus News App
