ନେପାଳ ରେ ଚମକିଲେ ଓଡିଆ ଝିଅ...
ଅର୍ଗସ ବ୍ୟୁରୋ: ଆଇପିଏଲ 2021ରେ ଯୋଗ ଦେବା ନିମନ୍ତେ ପାଞ୍ଚ ଦକ୍ଷିଣ ଆଫ୍ରିକା ଖେଳାଳି ଯାତ୍ରା ଆରମ୍ଭ କରିଛନ୍ତି।. କାଗିସୋ ରାବାଡ଼ା, ଆନରିଚ ନୋକିଆ, ଡି କକ, ଡେଭିଡ ମିଲର ଏବଂ ଲୁଙ୍ଗି ଇଂଗିଡି ଆଇପିଏଲ ଖେଳିବା ନିମନ୍ତେ ଦକ୍ଷିଣ ଆଫ୍ରିକା - ପାକିସ୍ତାନ ମଧ୍ୟରେ ଚାଲିଥିବା ଏକଦିବାସୀୟ ସିରିଜର ଶେଷ ମ୍ୟାଚ ଖେଳିବା ପୂର୍ବରୁ ଭାରତ ଗସ୍ତ କରିଛନ୍ତି।
ସେମାନେ ଏହି ସୂଚନା ସୋସିଆଲ ମିଡିଆରେ ମାଧ୍ୟମରେ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜ ଏବେ 1-1 ରେ ବରାବର ଅଛି। ସିରିଜର ଶେଷ ମ୍ୟାଚ ଏପ୍ରିଲ 7 ତାରିଖରେ ଖେଳାଯିବ।