ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ମୋଟ 18 ଟି ମ୍ୟାଚ୍ ହୋଇଛି, ଯେଉଁଥିରେ ତାଇ 13 ଟି ମ୍ୟାଚ୍ ଜିତିଥିବାବେଳେ ସିନ୍ଧୁ ପାଞ୍ଚଟି ମ୍ୟାଚ୍ ଜିତିଛନ୍ତି । କେବଳ ଏତିକି ନୁହେଁ, ସିନ୍ଧୁ ତାଇ ବିପକ୍ଷ ଶେଷ ତିନୋଟି ମ୍ୟାଚ୍ ହାରିଛନ୍ତି।
ଅର୍ଗସ ବ୍ୟୁରୋ: ଆଜି ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ଚାଇନାର ତାଇପେଇର ତାଇ ତୁଜୁ ୟିଙ୍ଗଙ୍କ ମଧ୍ୟରେ ସେମିଫାଇନାଲ ହେବ। ଦୁଇ ଖେଳାଳିଙ୍କ ମଧ୍ୟରେ ମ୍ୟାଚ୍ ଅପରାହ୍ନ 3:20 ରେ ଆରମ୍ଭ ହେବ। ଏହି ମ୍ୟାଚର ବିଜେତା ରୋପ୍ୟ ପଦକ ପାଇଁ ସୁନିଶ୍ଚିତ ହେବ।
ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ମୋଟ 18 ଟି ମ୍ୟାଚ୍ ହୋଇଛି, ଯେଉଁଥିରେ ତାଇ 13 ଟି ମ୍ୟାଚ୍ ଜିତିଥିବାବେଳେ ସିନ୍ଧୁ ପାଞ୍ଚଟି ମ୍ୟାଚ୍ ଜିତିଛନ୍ତି । କେବଳ ଏତିକି ନୁହେଁ, ସିନ୍ଧୁ ତାଇ ବିପକ୍ଷ ଶେଷ ତିନୋଟି ମ୍ୟାଚ୍ ହାରିଛନ୍ତି।
ପୁରୀ : ଆସନ୍ତା ୧୨ ତାରିଖରେ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ତେବେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ।ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ।ଏହି ଅବସରରେ ତିନି ଠାକୁର ଶ୍ବେତ ବସ୍ତ୍ର ପରିଧାନ କରିବେ। ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ। ପୂଜାପଣ୍ଡାମାନେ ପିଣ୍ଡଦାନ କରିବେ। ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ।ଦେବ ଦୀପାବଳୀ ଅବସରରେ ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଏକ ଲକ୍ଷ ଦୀପ ଜାଳିବାର ଅୟୋଜନ କରାଯାଇଛି ।
ଅଧିକ ପଢନ୍ତୁ : ନୂଆବର୍ଷରୁ ଭକ୍ତ ପାଇବେ ନୂଆ ଅନୁଭୂତି
ଦେବ ଦୀପାବଳି ଦିନ ସହରବାସୀ ନିଜ ଘର ଏବଂ ବଡ଼ଦାଣ୍ଡରେ ସ୍ବେଚ୍ଛାକୃତ ଭାବେ ଦୀପଦାନ କରିବା ଲାଗି ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି ।ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ ।ତେଣୁ ଦେବ ଦୀପାବଳୀ ଉତ୍ସବକୁ ଭବ୍ୟ କରିବା ପାଇଁ ଗତ କିଛି ବର୍ଷ ହେବ ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ପକ୍ଷରୁ ଦୀପଦାନ କରାଯାଉଛି।ଏହି ସଂଗଠନ ସହ ଓଡ଼ିଶା ମୋ ପରିବାର ,ଛତିଶା ନିଯୋଗ ,ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି ।ପ୍ରତ୍ୟେକ ଘରେ,ନିଜ ନିଜ ସାହିରେ ଥିବା ମନ୍ଦିରରେ ତଥା ବଡ଼ଦାଣ୍ଡରେ ଦୀପ ଜଳାଇ ସଂସାରର ମଙ୍ଗଳ କାମନା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରାଯାଇଛି।
ଅର୍ଗସ ବ୍ୟୁରୋ: ରାଜ୍ୟରେ କ୍ରମାଗତ ଭାବେ କମିଚାଲିଛି ମହିଳାଙ୍କ ସଂଖ୍ୟା। ପୁରୁଷଙ୍କ ତୁଳନାରେ କମୁଛି ମହିଳାଙ୍କ ଅନୁପାତ । ଏବେ ଓଡ଼ିଶାରେ ପ୍ରତି ଏକ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ମାତ୍ର ୯୨୫ । ସବୁଠୁ ବଡ଼ କଥା ହେଲା ଗତ ୪ ବର୍ଷ ହେଲା ଲଗାତାର ଏହି ସଂଖ୍ୟା କମିଚାଲିଛି। ଲିଙ୍ଗ ଅନୁପାତ ଦେଖିଲେ ପୁରୁଷଙ୍କ ତୁଳନାରେ ହରିୟାଣାରେ ମହିଳାଙ୍କ ସଂଖ୍ୟା ସବୁଠାରୁ କମ୍। କିନ୍ତୁ ସେ ରାଜ୍ୟରେ ଏବେ ମହିଳାଙ୍କ ସଂଖ୍ୟା ବଢୁଛି । ଅତ୍ୟନ୍ତ ଉଦବେଗଜନକ ଏବଂ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କହିଛି ବିଜେଡି ଶାସନରେ ଓଡ଼ିଶାରେ ମହିଳା ସୁରକ୍ଷିତ ନୁହଁନ୍ତି ।
ରାଜ୍ୟରେ ମହିଳା ହିଂସା ଏବଂ ମହିଳା ବିରୋଧୀ ଅପରାଧ ଆଶାତୀତ ଭାବେ ବଢିଛି । ଏନ୍ସିଆର୍ବି ରିପୋର୍ଟ ଅନୁସାରେ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବଢ଼ି ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ଜନସଂଖ୍ୟା ଦୃଷ୍ଟିରୁ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ୧ନଂ ରାଜ୍ୟ । ରାଜ୍ୟରେ ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ୬୧୩% ବଢ଼ିଛି। ଏହି ସଂଖ୍ୟା ୨୦୨୨ରେ ୩୧୭ ଥିବାବେଳେ ୨୦୨୩ରେ ୨୬୯୧ ଛୁଇଁଛି । ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୮% । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି ।
ସବୁଠାରୁ ଚିନ୍ତାଜନକ କଥା ହେଲା କନ୍ୟା ଭ୍ରୁଣ ହତ୍ୟାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଇ କନ୍ୟା ଭ୍ରୁଣ ହତ୍ୟା କରାଯାଉଛି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତି ଓ ସଚେତନତା ଅଭାବରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି। ରାଜ୍ୟରେ କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେପି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ସମ୍ବଲପୁର: ସମ୍ବଲପୁରରୁ ମିଳିଲା ୩୭ କୋଟି। ୩ ଦିନ ଧରି ଚାଲିଥିବା ଗଣତି ଶେଷ ହୋଇଛି ସମ୍ବଲପୁରରେ।
ଅଧିକ ପଢନ୍ତୁ :ଟଙ୍କା-ଟଙ୍କା-ଟଙ୍କା, ପୁଣି ମିଳିଲା ୧୧ କୋଟି
ସମ୍ବଲପୁରେ ମଦ ବ୍ୟବସାୟୀଙ୍କଠୁ ମିଳିଲା ୩୭ କୋଟି। ୫ଟି ମେସିନରେ ଗଣତି, ୯ କର୍ମଚାରୀ ଥିଲେ ନିୟୋଜିତ। ତେବେ ଜବତ ଟଙ୍କାରେ ୫୦,୧୦୦,୨୦୦,୫୦୦ ଟଙ୍କଆ ନୋଟ।
ଅଧିକ ପଢନ୍ତୁ ଓଡ଼ିଶା ଖବର