ଭାବିନା ମାତ୍ର 17 ମିନିଟରେ ଏହି ମ୍ୟାଚ୍ ଜିତିଛନ୍ତି। ଭାରତୀୟ ପାରା ଆଥଲେଟ୍ ଭାବିନା ପ୍ରଥମ ରାଉଣ୍ଡକୁ ମାତ୍ର ପାଞ୍ଚ ମିନିଟରେ ଜିତି ଦ୍ୱିତୀୟ ଏବଂ ତୃତୀୟ ଗେମ୍ ଯଥାକ୍ରମେ ୬-୬ ମିନିଟରେ ଜିତିଥିଲେ।
ଟୋକିଓ ପାରାଲିମ୍ପିକ୍ସ : ଟେବୁଲ୍ ଟେନିସ୍ ସେମିରେ ଭାବିନା

ଅର୍ଗସ ବ୍ୟୁରୋ : ମହିଳା ଇଭେଣ୍ଟର ସେମିଫାଇନାଲରେ ପହଞ୍ଚିବା ପାଇଁ ଟୋକିଓ ପାରାଲିମ୍ପିକ୍ସରେ ଭାରତର ଟେବୁଲ୍ ଟେନିସ୍ ଖେଳାଳି ଭାବିନା ପଟେଲ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ଲାସ୍ -4 ରାଉଣ୍ଡର କ୍ୱାର୍ଟର ଫାଇନାଲରେ ସର୍ବିଆର ବୋରିସ୍ଲାଭା ପେରିଚ୍ ରାଙ୍କୋଭିଙ୍କୁ 3-0ରେ ପରାସ୍ତ କରିଛନ୍ତି । ଭାରତୀୟ ପାରା ଆଥଲେଟ୍ ଭାବିନା, ରାଙ୍କୋଭିଚଙ୍କୁ 11-5, 11-6, 11-7 ରେ ପରାସ୍ତ କରିଛନ୍ତି । ବିଜୟ ପରେ ତାଙ୍କଠାରୁ ପଦକ ଜିତିବାର ଆଶା ବଢିଛି।
Download Argus News App
