ଏହି ମ୍ୟାଚରେ ବ୍ରାଜିଲ ଖେଳାଳିଙ୍କ ଉପରେ ଭାବିନା କ୍ରମାଗତ ଭାବେ ଭାରୀ ପଡିଥିଲେ। ତାଙ୍କ ବିଜୟ ପରେ ତାଙ୍କଠାରୁ ପଦକ ଜିତିବାର ଆଶା ବଢିଛି। ଆଜି ଅପରାହ୍ନରେ ତାଙ୍କର କ୍ଵାଟର-ଫାଇନାଲ ମ୍ୟାଚ ଅଛି। ସେମି ଖେଳିବା ପାଇଁ ସେ ନିଜର ସମସ୍ତ ଦମ୍ ଲଗାଇବେ।
ଟୋକିଓ ପାରାଲିମ୍ପିକ୍ସ : ଟେବୁଲ୍ ଟେନିସ୍ କ୍ୱାର୍ଟରରେ ଭାବିନା

ଅର୍ଗସ ବ୍ୟୁରୋ : ମହିଳା ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପାଇଁ ଟୋକିଓ ପାରାଲିମ୍ପିକ୍ସରେ ଭାରତର ଟେବୁଲ୍ ଟେନିସ୍ ଖେଳାଳି ଭାବିନା ପଟେଲ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ଲାସ୍ -4 ରାଉଣ୍ଡରେ ବ୍ରାଜିଲର ଜୋଏସ୍ ଡି ଅଲିଭାଇରାଙ୍କୁ 3-0ରେ ପରାସ୍ତ କରିଛନ୍ତି।
Download Argus News App
