କିଏ ଜିତିବ WTC ମୁକାବିଲା। ଉଭୟ ଦଳ ଜୋରଦାର ଅଭ୍ୟାସ ସହ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଛନ୍ତି। ସେପଟେ ରୋହିତ-ଆଣ୍ଡ-କୋ ଓଭାଲ ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିଛି। ଟାଇଟଲ ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସମ୍ଭାବ୍ୟ ଏକାଦଶର ଅଭ୍ୟାସ ମିଳିନାହିଁ। ତେବେ ଇଶାନ କିଶନ ଓ ଜୟଦେବ ଉନାକାତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ଦେଖାଦେଇଛି। ଭାରତୀୟ ଦଳରେ ଏକମାତ୍ର ବାମହାତି ବ୍ୟାଟର ଭାବେ ରବୀନ୍ଦ୍ର ଜାଡେଜା ରହିଛନ୍ତି।
ଅଧିକ ଖବର ପଢ଼ନ୍ତୁ: WTC ଫାଇନାଲରୁ ବାଦ ପଡ଼ିଲେ ବୋଲର ଜୋଶ ହେଜେଲଉଡ ଆଉଟ
ତେଣୁ ମଝି କ୍ରମରେ ଏବଂ ତଳ କ୍ରମରେ ଭାରତ ପାଇଁ ଆଉ ଜଣେ ବାମହାତି ବ୍ୟାଟର ଆବଶ୍ୟକ କରୁଛି। ଇଶାନ କିଶନ ଏହି ସ୍ଥାନ ପାଇଁ ଉପଯୁକ୍ତ। ସେ ମଧ୍ୟ ଭଲ ଫର୍ମରେ ଅଛନ୍ତି। ତେବେ ଅଷ୍ଟ୍ରେଲିଆ ଦଳ ମଧ୍ୟ ପେସ ବ୍ୟାଟର ଉପରେ ନିର୍ଭର କରିବ। ଭାରତୀୟ ବ୍ୟାଟରଙ୍କୁ ଅଟକାଇବା ପାଇଁ ଅଷ୍ଟ୍ରେଲିଆ ଏକାଧିକ ରଣନୀତି ପ୍ରସ୍ତୁତ କରୁଛି। ଜୋସ ହାଜେଲଉଡ ବାଦ ପଡ଼ିଥିବାରୁ ତାଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡ ଖେଳିବା ନିଶ୍ଚିତ ହୋଇଛି।