ପୋଟ 1ରେ ରହିଛନ୍ତି ଭାରତ, ଜାପାନ,ସ୍ପେନ, ଜର୍ମାନୀ ଭଳି ଶକ୍ତିଶାଳୀ ଦଳ । ସେହିଭଳି ପୋଟ ୨ରେ ମେକ୍ସିକୋ,କାନାଡ଼ା, ବ୍ରାଜିଲ, ନ୍ୟୁଜିଲାଣ୍ଡ ଭଳି ଦଳ ରହିଥିବା ବେଳେ ପୋଟ ୩ରେ ୟୁଏସଏ, ନାଇଜେରିଆ, ଫ୍ରାନ୍ସ, ଚାଇନା ଦଳ ରହିଛନ୍ତି । ସେପଟେ ପୋଟ ୪ରେ କଲୋମ୍ବିଆ, ଚିଲି, ମାର୍କୋ, ତାଞ୍ଜାନିଆ ଦଳ ନିଜର କ୍ରୀଡା ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ ରହିଛନ୍ତି ।
ଭାରତ ମହିଳା ବିଶ୍ୱକପକୁ ଦ୍ୱିତୀୟ ଥର ପାଇଁ ହୋଷ୍ଟ କରୁଥିବା ବେଳେ ଓଡିଶା, ମହାରାଷ୍ଟ୍ର, ଗୋଆ ହୋଇଛି ହୋଷ୍ଟିଙ୍ଗ ଷ୍ଟେଟ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏହି ବିଶ୍ୱକପର ୩ଟି ମ୍ୟାଚ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।