୨୦୦୬ ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବ୍ରିସବେନରେ ଖେଳାଯାଇଥିବା ଏକ ଟି-୨୦ ମ୍ୟାଚରେ ଅମ୍ପାୟାର ଭାବେ ଅକ୍ସନଫୋର୍ଡ ଡେବ୍ୟୁ କରିଥିଲେ । ଏହା ପରେ ସେ ତିନୋଟି ଏକଦିବସୀୟ ବିଶ୍ୱକପ, ତିନୋଟି ଟି-୨୦ ବିଶ୍ୱକପ ଏବଂ ଦୁଇଟି ମହିଳା ଏକଦିବସୀୟ ବିଶ୍ୱକପରେ ଅମ୍ପାୟାରିଙ୍ଗ କରିଛନ୍ତି । ସେ ମଧ୍ୟ ୬୨ ଟି ଟେଷ୍ଟ ମ୍ୟାଚରେ ଅମ୍ପାୟାର ଭାବେ କାର୍ଯ୍ୟ କରିଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟ ଅମ୍ପାୟାରିଙ୍ଗରୁ ଅବସର ନେଲେ ବ୍ରୁସ ଅକ୍ସନଫୋର୍ଡ

ଅର୍ଗସ ବ୍ୟୁରୋ: ଅମ୍ପାୟାର ବ୍ରୁସ ଅକ୍ସେନଫୋର୍ଡ ନିଜର ୧୫ ବର୍ଷ ଦୀର୍ଘ ଅମ୍ପାୟାରିଙ୍ଗ କ୍ୟାରିୟର ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ନିଜର ୧୫ ବର୍ଷ ଅମ୍ପାୟାରିଙ୍ଗ ମଧ୍ୟରେ ୧୭୯ ଟି ଆନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାର ଭାବେ କାର୍ଯ୍ୟ କରିଛନ୍ତି । ଶେଷଥର ପାଇଁ ସେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ୍ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅମ୍ପାୟାରିଙ୍ଗ କରିଥିଲେ ।
Download Argus News App
