ଶାସକ ଦଳ କଥା ଅନୁସାରେ ଏସପି ପ୍ରତିକ୍ରିୟା ଦେଉଛନ୍ତି
ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ ଓଡିଶା ଦ୍ୱିତୀୟ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚରେ କେରଳ ଠାରୁ ୩୪ ରନରେ ପରାସ୍ତ ହୋଇଥିବା ଓଡିଶା ଆଜି ଖେଳାଯାଇଥିବା ମ୍ୟାଚରେ ରେଳବାଇ ଠାରୁ ୮ ୱିକେଟରେ ପରାଜୟ ବରଣ କରିଛି।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ଓଡିଶା ୪୯.୩ ଓଭରରେ ୨୩୦ ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅଲରାଉଣ୍ଡର ଅଙ୍କିତ ଯାଦବ ସର୍ବାଧିକ ୪୮ ରନ କରିଥିଲେ । ୨୩୧ ରନର ବିଜୟ ଲକ୍ଷ୍ୟକୁ ରେଳବାଇ ୪୪.୩ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା। ଦଳ ତରଫରୁ ଶିବମ ଚୌଧୁରୀ ସର୍ବାଧିକ ୮୧ ରନ କରି ଅପରାଜିତ ରହିଥିଲେ । ଫେବୃଆରୀ ୨୪ ତାରିଖରେ ଓଡିଶା ତାର ପରବର୍ତ୍ତୀ ମ୍ୟାଚ କର୍ଣ୍ଣାଟକ ବିପକ୍ଷରେ ଖେଳିବ।