ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକ ଓପନର ଦେବଦୂତ ପାଡିକଲଙ୍କ ବ୍ୟାଟ ଚମକୁଛି। ଉଣେଇଶି ବର୍ଷରୁ କମ ଏବଂ ୨୦୨୦ ଆଇପିଏଲ ସିଜିନରେ ଚତ୍ମକାର ପ୍ରର୍ଦଶନ ପରେ ଏହି ଯୁବ ଓପନର ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିଥିଲେ।
ବର୍ତ୍ତମାନ ସୁଦ୍ଧା ବିଜୟ-ହଜାରେ ଟ୍ରଫିରେ ପାଞ୍ଚଟି ମ୍ୟାଚରୁ ୧୯୦.୬୭ ଆଭରେଜ ସହ ସେ ୫୭୨ ରନ ସ୍କୋର କରିଛନ୍ତି । ଯେଉଁଥିରେ ତିନୋଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ରହିଛି । ଏହି ଟ୍ରଫିରେ ସ୍କୋର କରିବାରେ ବହୁ ସିନିଅର ଖେଳାଳି ଯଥା ରବିନ ଉଥାପ୍ପା, ସଂଜୁ ସାମସନ, ଶିଖର ଧୱନ ଆଦି ଖେଳାଳିଙ୍କୁ ପାଡିକଲ ପଛରେ ପକାଇଦେଇଛନ୍ତି । ଏହା ସହ ସେ ଖେଳିଥିବା ମାତ୍ର ୧୮ ଟି ଲିଷ୍ଟ-ଏ ମ୍ୟାଚରୁ ପାଂଚଟି ଶତକ ଏବଂ ସାତଟି ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି ।
୨୦୨୦ ଆଇପିଏଲ ସିଜିନରେ ପ୍ରଥମ ଚାରୋଟି ମ୍ୟାଚରୁ ତିନିଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ ପାଡିକଲ । ଏହା ସହ ବାଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଭାରତୀୟ କ୍ରିକେଟ ଆସୋସିଏସନ ପକ୍ଷରୁ ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହା ସହ ଶୁଭମାନ ଗିଲ, ପୃଥୀ ଶ , ଦେବଦୂତ ପାଡିକଲ ଆଦି ଖେଳାଳିଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବହୁ କ୍ରିକେଟ ବିଶେଷଜ୍ଞ ମତ ଦେଇଛନ୍ତି ।